ଲକ୍‌ଡ଼ାଉନ୍ ବଢିଚାଲିଛି ଚୋରା ମଦର ଆସର

ଗୋଟିଏ ପଟେ ରାଜ୍ୟରେ ଲକ୍‌ଡ଼ାଉନ୍ ଓ ସଟ୍‌ଡ଼ାଉନ୍ ଚାଲିଥିବା ବେଳେ ଅନ୍ୟପଟେ ବଢିଚାଲିଛି ମଦ ବେପାର । ଯାହାଫଳରେ ପ୍ରତିଦିନ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ଅନେକ ଜାଗାରେ ଚଢାଉ କରାଯାଇ ଏହି ମଦ ମାଫିଆ ମାନଙ୍କୁ ଗିରଫ କରାଯାଉଛି । ସେହିପରି ଆଜି ସକାଳୁ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମିଳିତ ଚଢାଉରେ ୮ଜଣଙ୍କୁ ଗିରଫ କରାଯାଇଛି ଏବଂ ସେମାନଙ୍କ ଠାରୁ ୨୩୨ଲିଟର ଦେଶୀ ମଦ ଜବତ ହୋଇଛି । ତେବେ ଏହି ସମସ୍ତ ଅଭିଯୁକ୍ତଙ୍କ ନାଁରେ ଆଗରୁ ମଧ୍ୟ ଅନେକ ମାମଲା ରହିଛି । ପୋଲିସ୍ ର ଖୋଳତାଡ଼ ପରେ ତାଙ୍କ ନିକଟରୁ ଗୋଟିଏ ବାଇକ୍ ଓ ୧୫୦୦୦ ଟଙ୍କା ମଧ୍ୟ ଜବତ ହୋଇଥିବା ସୁଚନା ରହିଛି । ସେହିପରି ନାରାୟଣୀ ଛକ ନିକଟରେ ଥିବା ଅନ୍ୟ ଏକ ସ୍ଥାନକୁ ଅଟୋ ଯୋଗେ ମଦ ଯାଉଥିବା ସମୟରେ ୭ପେଟି ବିୟର, ୧୮୦ ଏମ୍‌ଏମଲ୍‌ର ୪୦ଟି ବିଦେଶୀ ମଦ ବୋତଲ ଜବତ କରିବା ସହ .୩ଜଣଙ୍କୁ ଗିରଫ କରିଛି ଅବକାରୀ ବିଭାଗ ।

Leave A Reply

Your email address will not be published.