ବର୍ଷୀୟାନ ଅଭିନେତା ଦିଲ୍ଲୀପ କୁମାର ସୁସ୍ଥ, ଆଜି ହେବେ ଡିସଚାର୍ଜ

fulbani poura parisada

ବଲିଉଡର ବର୍ଷୀୟାନ ଅଭିନେତା ଦିଲୀପ କୁମାରଙ୍କୁ ଶୁକ୍ରବାର ଦିନ ଡାକ୍ତରଖାନାରୁ ଡିସଚାର୍ଜ କରାଯିବ। ଦିଲୀପ କୁମାରଙ୍କ ଚିକିତ୍ସା କରୁଥିବା ଡଃ ଜଲିଲ ପାର୍କର ଏହି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଦିଲୀପ କୁମାରଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ରବିବାର ମୁମ୍ବାଇର ପିଡି ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଅଣ-କୋଭିଡ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ରବିବାର ଦିନ ତାଙ୍କୁ ଭର୍ତ୍ତି କରାଯିବା ପରେ ତାଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା, କିନ୍ତୁ ଧୀରେ ଧୀରେ ତାଙ୍କ ଅବସ୍ଥା ସୁଧୁରିଗଲା ଓ ଶୁକ୍ରବାର ଦିନ ଡାକ୍ତରମାନେ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରିବେ। ଏହାପୂର୍ବରୁ ଦିଲୀପ କୁମାରଙ୍କ ଡାକ୍ତରଖାନାରେ ଭର୍ତ୍ତି ହେବା ବିଷୟରେ ତାଙ୍କ ପତ୍ନୀ ସାଇରାବାନୁ କହିଥିଲେ ଯେ ସାହବଙ୍କୁ ନନ୍-କୋଭିଡ୍ ପିଡି ହିନ୍ଦୁଜା ହସ୍ପିଟାଲରେ ନିୟମିତ ଯାଞ୍ଚ ପାଇଁ ଭର୍ତ୍ତି କରାଯାଇଛି। ସେ ଗତ କିଛି ଦିନ ଧରି ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ, ମୁଁ ଲୋକମାନଙ୍କୁ ନିବେଦନ କରୁଛି, ସାହବଙ୍କ ପାଇଁ ପ୍ରାର୍ଥନା ଜାରି ରଖନ୍ତୁ ଓ ଆପଣ ମଧ୍ୟ ସୁରକ୍ଷିତ ରୁହନ୍ତୁ।

057 code kasam
Leave A Reply

Your email address will not be published.