ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ଶିଖର ଧାୱନଙ୍କ ହାତରେ

fulbani poura parisada

ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ବିଶିଷ୍ଟ ସିରିଜ ପାଇଁ ଶିଖର ଧାୱନଙ୍କୁ ଦଳର ଅଧିନାୟକ ଭାବେ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରିଛି।  ଭାରତ ଏହି ଗସ୍ତରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳିବ । ସେଥିରେ ୬ ନୂଆ ଖେଳାଳି ରହିଛନ୍ତି । ସେମାନେ ହେଲେ ଦେବଦତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ନୀତିଶ ରାଣା, କେ ଗୋଥାମ, ଚେତନ ସାକରିଆ ଓ ବରୁଣ ଚକ୍ରବର୍ତିଙ୍କୁ ଦଳରେ ସାମିଲ କରାଯାଇଛି । ଜୁଲାଇ ୧୩, ୧୬ ଓ ୧୮ରେ ଦିନିକିଆ ଏବଂ ୨୧, ୨୩ ଓ ୨୫ରେ ପ୍ରେମାଦାସା ଷ୍ଟାଡିୟମରେ ଏହି ମ୍ୟାଚଗୁଡିକ ଖେଳାଯିବ । ଟିମ୍ ଇଣ୍ଡିଆରେ ଶିଖର ଧାୱନ(ଅଧିନାୟକ), ପୃଥ୍ୱୀ ଶ, ଦେବଦତ ପାଡିକଲ, ରୁତୁରାଜ ଗାଏକ୍ୱାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ନୀତିଶ ରାଣା, ଈଶାନ କିଶାନ, ସଞ୍ଜୁ ସାମସନ, ୟୁଜଭେନ୍ଦ୍ର ଚହଲ, କେ ଗୋଥାମ, କୃଣାଳ ପାଣ୍ଡ୍ୟା, କୂଲଦୀପ ଯାଦବ, ଭୁବନେଶ୍ୱର କୁମାର, ଚେତନ ସାକରିଆ, ବରୁଣ ଚକ୍ରବର୍ତି, ଦୀପକ ଚହର, ନବଦୀପ ସାଇନି ଅଛନ୍ତି ।

057 code kasam
Leave A Reply

Your email address will not be published.