ମଦ୍ୟପ ସ୍ବାମୀର ନିର୍ଯାତନା ସହିନପାରି ସ୍ତ୍ରୀ ସମେତ ୫ ଝିଅ ଟ୍ରେନକୁ ଡେଇଁ କଲେ ଆତ୍ମହତ୍ୟା

fulbani poura parisada

ମଦ୍ୟପ ସ୍ୱାମୀଙ୍କ ଅକଥନୀୟ ନିର୍ଯାତନାର ଶିକାର ହୋଇ ଜଣେ ମହିଳା ଗତକାଲି ରାତିରେ ପାଞ୍ଚ ଝିଅଙ୍କ ସହ ଆତ୍ମହତ୍ୟା କରିଛନ୍ତି। ନୂଆପଡା ଜିଲ୍ଲା ସୀମାବର୍ତ୍ତୀ ଛତିଶଗଡର ମହାସାମୁଣ୍ଡା ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ମା ଉମାଙ୍କ ସମେତ ଝିଅ ଅର୍ଣ୍ଣପୂନ୍ନା (୧୮), ଯଶୋଦା (୧୬), ଭୁମିକା (୧୪), କୁମକୁମ୍ (୧୨), ତୁଳସୀ (୧୦) ଆତ୍ମହତ୍ୟା କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ, କେଜୁରାମ ସାହୁ ପ୍ରତିଦିନ ମଦ୍ୟପାନ କରି ଘରକୁ ଆସୁଥିଲେ। ଘରେ ଝଗଡା କରୁଥିଲେ । ସେ ତାଙ୍କ ପତ୍ନୀ ଓ ଝିଅମାନଙ୍କୁ ନିର୍ଯାତନା ଦେଉଥିଲେ। ପ୍ରତିଦିନ ସମାନ ଢଙ୍ଗର ପରିସ୍ଥିତିରେ ହତାଶ ହୋଇ ମହିଳା ଜଣକ ତାଙ୍କ ପାଞ୍ଚ ଝିଅଙ୍କ ସହ ଚାଲୁଥିବା ଟ୍ରେନ ଆଗରେ ଡେଇଁ ଆତ୍ମହତ୍ୟା କରିଥିଲେ। ପୋଲିସ କହିଛି ଯେ ଟ୍ରେନ୍ ଧକ୍କା ହେବା ପରେ ଉଭୟ ମୃତଦେହ ଖଣ୍ଡବିଖଣ୍ଡିତ ହୋଇଯାଇଛି । ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ସ୍ଥାନୀୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି।

057 code kasam
Leave A Reply

Your email address will not be published.