ଆଜିଠୁ ଅନ୍‌ଲକ୍ ହେବ ଦିଲ୍ଲୀ

ଓଡ଼ିଶା ସମାଚାର ବ୍ୟୁରୋ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣକୁ ଆସିଛି । ଆଜି ସକାଳ ୫ଟାରେ ଲକଡାଉନ ନିୟମର ଏକାଧିକ କଟକଣା ଶେଷ ହୋଇଯାଇଛି । ନୂଆ ମାମଲା ଲଗାତାର କମ ହେବା ଓ ଏହାକୁ ନେଇ ସ୍ଥିତି ଭଲ ହୋଇଥିବାକୁ ଦୃଷ୍ଟିରେ ରଖି ଆଜିଠାରୁ ସମସ୍ତ ଦୋକାନ, ମଲ୍ସ, ବଜାର ଓ ରେଷ୍ଟୁରାଣ୍ଟ ଖୋଲିବ । କିନ୍ତୁ କିଛି ଜିନିଷ ପ୍ରତି କଟକଣା ଜାରି ରହିବ । ଦୀର୍ଘ ଦିନ ପରେ ଦିଲ୍ଲୀବାସୀଙ୍କୁ ଟିକିଏ ଆରାମ ମଳିବ । ଗତ ମାର୍ଚ୍ଚ ମାସରେ କରୋନା ସଂକ୍ରମଣ ବୃଦ୍ଧି ହେବା ପରେ ଦିଲ୍ଲୀରେ କଟକଣା ଆରମ୍ଭ ହୋଇଯାଇଥିଲା ।   ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବିଗତ ଦିନରେ ବଜାର, ମଲ ଓ ଦିଲ୍ଲୀ ମେଟ୍ରୋ ସେବା ପରିଚାଳନା ଆରମ୍ଭ କରିବାକୁ ନେଇ ଘୋଷଣା କରିଥିଲେ । ସେ କହିଥିଲେ ଯେ, କରୋନାର ସ୍ଥିତି ଭଲ ହେବା ପରେ ଆଗାମୀ ଦିନରେ ଅନ୍ୟ ଗତିବିଧି ଆରମ୍ଭ କରିବାକୁ ଅନୁମତି ଦିଆଯିବ । ଦୋକାନ ବଜାର ସକାଳ ୧୦ଟାରୁ ସନ୍ଧ୍ୟା ୮ଟା ଯାଏଁ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରେଷ୍ଟୁରେଣ୍ଟରେ ୫୦ ପ୍ରତିଶତ ଗ୍ରାହକ ଖାଇପାରିବେ । ସଂକ୍ରମଣ ହାର ନ ବଢ଼ିଲେ, ଆଗାମୀ ଦିନରେ ଅନ୍ୟ ଜିନିଷ ଉପରୁ କଟକଣା ଉଠିବ ।  କେଜ୍ରିୱାଲ କହିଛନ୍ତି, ଦିଲ୍ଲୀରେ ଏବେ କରୋନା ସ୍ଥିତି ପୂର୍ବ ତୁଳନାରେ ନିୟନ୍ତ୍ରିତ । ଅର୍ଥବ୍ୟବସ୍ଥା ସ୍ୱାଭାବିକ ସ୍ତରକୁ ଆଣିବାର ଅଛି । କରୋନାର ୩ୟ ଲହର ଆସିଲେ ଏଥି ପାଇଁ ପ୍ରସ୍ତୁତି କରିବାକୁ ହେବ । ଦିନକ ପୂର୍ବରୁ ପାଖାପାଖି ୨୨ ନୂଆ ପିଏସଏ ଅକ୍ସିଜେନ ପ୍ଲାଣ୍ଟ ଉଦଘାଟନ କରାଯାଇଥିଲା । ପୂର୍ବରୁ ଅକ୍ସିଜେନ ଷ୍ଟୋରେଜ ଟ୍ୟାଙ୍କି ଉଦଘାଟନ କରାଯାଇଛି । 

Leave A Reply

Your email address will not be published.