ଦିଲ୍ଲୀରେ ଆରମ୍ଭ ହେଲା ସ୍ପୁଟନିକ୍‌-ଭି ଟିକାକାରଣ

ଜାତୀୟ ରାଜଧାନୀ ଦିଲ୍ଲୀରେ ରୁଷିଆର କରୋନା ଟିକା ‘ସ୍ପୁଟନିକ-ଭି’ ଡ. ରେଡ୍ଡୀଜ ପରୀକ୍ଷାଗାରର କର୍ମଚାରୀଙ୍କୁ ଦିଆଯାଉଛି । ରବିବାର ଆପୋଲୋ ହସ୍ପିଟାଲରେ ଏହି ଟିକାକୁ ଶୁଭାରମ୍ଭ କରାଯାଇଛି । ରେଡ୍ଡୀ ପରୀକ୍ଷାଗାରର ପାଖାପାଖି ୧୭୯ ଜଣ କର୍ମଚାରୀ ଏହି ଟିକା ନେଇଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷ ଅନୁସାରେ ପୂର୍ବରୁ ଜୁନ ୧୫ରୁ ସାଧାରଣ ଲୋକଙ୍କୁ ଏହି ଟିକା ଦିଆଯିବା ପାଇଁ ଯୋଜନା ଥିଲା । କିନ୍ତୁ ଏବେ ଏହା ଲ୍ୟାବର କର୍ମଚାରୀଙ୍କ ପାଇଁ ଦିଆଯାଉଛି । ଆପୋଲେରେ ଏହା ଆରମ୍ଭ ହୋଇଛି, ଯେଉଁଠାରେ ଟିକାକରଣ କର୍ମଚାରୀ ହସ୍ପିଟାଲର ଅଟନ୍ତି ।  ଜୁନ ୨୦ରୁ ଏହି ଟିକା ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବାର ଆଶଙ୍କା ରହିଛି । ଏଥି ପାଇଁ କୋୱିନରେ ପଂଜିକରଣ କରିବାକୁ ହେବ ଏବଂ ନିଜର ସ୍ଲଟ ବୁକିଂ କରିବାକୁ ପଡ଼ିବ । କେନ୍ଦ୍ର ସରକାର ଦ୍ୱାରା ଘରୋଇ ହସ୍ପିଟାଲରେ ସ୍ପୁଟନିକ-ଭିର ଏହି ଟିକା ୧୧୪୫ ଟଙ୍କା ନିର୍ଦ୍ଧାରିତ କରାଯାଇଛି । ଏହି ଟିକା ପୂର୍ବରୁ ଦିଆଯାଉଥିବା ଟିକା କୋଭିଶିଲ୍ଡ ଓ କୋଭାସ୍କିନ ତୁଳନାରେ ୯୧ ପ୍ରତିଶତ ଭିନ୍ନ ବୋଲି କୁହାଯାଉଛି । ଏହାର ଉଭୟ ଡୋଜ ଭିନ୍ନ ହେବ ଏବଂ ଏହି ଟିକାକୁ ବିଯୁକ୍ତାତ୍ମକ ୨୦ ଡିଗ୍ରୀ ସେଲସିୟସ ତାପାମାତ୍ରାରେ ରଖାଯାଇପାରିବ । ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ଆପୋଲୋ ହସ୍ପିଟାଲରେ ସ୍ପୁଟନିକ-ଭି ଟିକା ଜୁନ ୧୫ରୁ ଉପଲବ୍ଧ ହୋଇପାରେ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ରୁଷିଆ ଦ୍ୱାରା ପ୍ରସ୍ତୁତ ଏହି ଟିକାର ୧୦୦୦ ଡୋଜ ଦିଲ୍ଲୀ ଆପୋଲୋ ହସ୍ପିଟାଲକୁ ଆସିଛି । ଏଥିରୁ ୧୭୯ ଡୋଜ ଡ. ରେଡ୍ଡୀ ଲ୍ୟାବ୍‌ର କର୍ମଚାରୀଙ୍କୁ ଦିଆଯାଇଛି । 

Leave A Reply

Your email address will not be published.