ଆଜି ୩୫୩୫ ଜଣ କରୋନା ପଜିଟିଭ ଚିହ୍ନଟ

fulbani poura parisada

ଭୁବନେଶ୍ବର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମୁଛି । ତଳମୁହାଁ ହେଉଛି ସଂକ୍ରମଣ ଗ୍ରାଫ ତେଣୁ ଲକଡାଉନ ପ୍ରଭାବୀ ହୋଇଛି ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ଆଜି ୩୫୩୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରେ ୨୦୧୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ରହିଥିବାବେଳେ ୧୫୧୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।  ଆଜି ଅନୁଗୁଳରୁ ୨୦୭, ବାଲେଶ୍ବରରୁ ୨୯୬,  ବରଗଡରୁ ୮୬,ଭଦ୍ରକରୁ ୧୮୪, ବଲାଙ୍ଗୀରରୁ ୧୮, ବୌଦ୍ଧରୁ ୫୨, କଟକରୁ ୩୨୦, ଦେବଗଡରୁ ୨୫, ଢେଙ୍କାନାଳରୁ ୫୬, ଗଜପତିରୁ ୨୭, ଗଞ୍ଜାମରୁ ୨୬, ଜଗତସିଂହପୁରରୁ ୯୦, ଯାଜପୁରରୁ ୩୪୮, ଝାରସୁଗୁଡାରୁ ୧୨, କଳାହାଣ୍ଡିରୁ ୩୫, କନ୍ଧମାଳରୁ ୫୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ।  ସେହିପରି କେନ୍ଦ୍ରାପଡାରୁ ୧୦୪, କେଉଁଝରରୁ ୯୨, ଖୋର୍ଦ୍ଧାରୁ ୫୩୩,  କୋରାପୁଟରୁ ୫୬, ମାଲକାନଗିରିରୁ ୬୮, ମୟୂରଭଞ୍ଜରୁ ୧୫୩, ନବରଙ୍ଗପୁରରୁ ୮୫, ନୟାଗଡ଼ରୁ ୯୫, ନୂଆପଡାରୁ ୧୫, ପୁରୀରୁ ୧୮୭, ରାୟଗଡାରୁ ୭୩, ସମ୍ବଲପୁରରୁ ୩୯, ସୋନପୁରରୁ ୩୯, ସୁନ୍ଦରଗଡରୁ ୭୬ ଓ ଷ୍ଟେଟ ପୁଲରୁ ୮୨ ଜଣ ସଂକ୍ରମିତ ରହିଛନ୍ତି ।  ନୂତନ ସଂକ୍ରମିତଙ୍କୁ ମିଶାଇ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୮୬୩୦୬୧କୁ ବୃଦ୍ଧି ପାଇଛି ।

057 code kasam
Leave A Reply

Your email address will not be published.