ପାକିସ୍ତାନର ହନୀଟ୍ୟାପ୍ ଷଡ଼ଯନ୍ତ୍ର

ରାଜସ୍ଥାନର ଜୈସଲମେରରେ ଆଣ୍ଟି ଟେରୋରିଷ୍ଟ ସ୍କ୍ୱାର୍ଡ ଓ ଇଣ୍ଟଲିଜେନ୍ସକୁ ଜୟପୁର ଶାଖାର ସକ୍ରିୟତାରୁ ପାକିସ୍ତାନ ଲାଗି କଥିତ ଭାବେ ପାକିସ୍ତାନ ପାଇଁ ଗୁପ୍ତଚର କରିଥିବା ଯୁବକକୁ ଅଟକ ରଖାଯାଇଛି । ଚନ୍ଦନ ଗାଁର ନିବାସୀ ଯୁବକ ଜଣକ ଉପରେ ଏଜେନ୍ସିର ସନ୍ଦେହ ଟେ, ପାକିସ୍ତାନ ଲାଗି ଗୁପ୍ତଚର କରୁଛି ।  ଅଟକ ଥିବା ଯୁବକକୁ ପଚରାଉଚରା ପାଇଁ ଜୟପୁର ନିଆଯାଇପାରେ । ସୂତ୍ର ଅନୁସାରେ ଏହା ହନୀଟ୍ୟାପ ମାମଲା । ଯୁବକ ପାକିସ୍ତାନର ଆଇଏସଆଇ ତରଫରୁ କରାଯାଇଥିବା ହନିଟ୍ୟାପର ଜାଲରେ ଫସିଯାଇଥିଲା । ଏହି ବାବଦରେ ତଦନ୍ତ ସଂସ୍ଥାକୁ ବିଶ୍ୱସ୍ତ ସୂତ୍ରରୁ ଜାଣିବାକୁ ମିଳିଥିଲା । ସୂଚନାଯୋଗ୍ୟ, ରାଜସ୍ଥାନର ଜୈସଲମେରରେ ପାକିସ୍ତାନ ଲାଗାତାର ହନୀଟ୍ୟାପ ମାଧ୍ୟମରେ ଭାରତର ଉପରେ ଉଦ୍ୟମ କରୁଛି । 

Leave A Reply

Your email address will not be published.