ଆଜିଠାରୁ ରାଜ୍ୟରେ ଆଶିଂକ ଲକଡାଉନ କଟକଣା

ଆଜିଠୁ ରାଜ୍ୟବ୍ୟାପି ଆଂଶିକ ଲକ୍‌ଡାଉନ୍‌ କଟକଣା ଲାଗୁ ହେଉଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ ଦ୍ବାରା ଘୋଷଣା ହୋଇଥିବା ନୂଆ ନିୟମ ଅନୁଯାୟୀ ସଂକ୍ରମଣ ହାରକୁ ନେଇ ଦୁଇଟି ବିଭାଗରେ ଜିଲ୍ଲାମାନଙ୍କୁ ବିଭକ୍ତ କରାଯାଇଛି । ୫ ପ୍ରତିଶତରୁ କମ ସଂକ୍ରମଣ ରହିଥିବା ଜିଲ୍ଲାଗୁଡିକ କ୍ୟାଟେଗୋରୀ-A ଓ ୧୦ ପ୍ରତିଶତ କିମ୍ବା ୮ ପ୍ରତିଶତ ସଂକ୍ରମଣ ହାର ରହିଥିବା ଜିଲ୍ଲାଗୁଡିକୁ B ରେ ଭାଗ କରାଯାଇଛି। କ୍ୟାଟେଗୋରୀ -A ରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୧୭ ଜିଲ୍ଲାକୁ ରଖାଯାଇଛି। ଏହି କ୍ୟାଟେଗୋରୀରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା ରହିଛି । ଏହି ଜିଲ୍ଲା ଗୁଡିକରେ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି । ସକାଳ ୬ରୁ ସଂଧ୍ୟା ୫ ଯାଏଁ ମାର୍କେଟ୍ କମ୍ପ୍ଲେକ୍ସ ସମେତ ବଜାର ଖୋଲା ରହିବ । ଏହାସହ ମିଠା ଦୋକାନ ମଧ୍ୟ ସକାଳ ୬ରୁ ୫ଟା ଯାଏଁ ଖୋଲାରହିବ। ଉଠା ଦୋକାନୀ ବିକ୍ରି କରିବେ, ତେବେ କେବଳ ଖାଦ୍ୟ ପାର୍ସଲ ନେଇ ହେବ। ସେହିପରି କ୍ୟାଟେଗୋରୀ-B ରେ ରହିଛି ଖୋର୍ଦ୍ଧା, ପୁରୀ, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ମୟୂରଭଂଜ ଓ କେନ୍ଦୁଝର ଜିଲ୍ଲା। ଏସବୁ ଜିଲ୍ଲାରେ ୧୦ ପ୍ରତିଶତ ପାଖାପାଖି ସଂକ୍ରମଣ ହାର ଥିବାରୁ ସକାଳ ୬ରୁ ଦିନ ଗୋଟାଏ ଯାଏଁ ଦୋକାନ ବଜାର ଖୋଲା ରହିବ। କୃଷି କାର୍ଯ୍ୟ, ଶିଳ୍ପ ସଂସ୍ଥା, ନିର୍ମାଣ କାର୍ଯ୍ୟ ଜାରି ରହିବ । ସରକାରୀ ଓ ବେସରକାରୀ ଅଫିସ୍ ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ।

Leave A Reply

Your email address will not be published.