ଦିନ ଦ୍ୱିପ୍ରହରରେ ଯୁବତୀଙ୍କ ଠାରୁ ମୋବାଇଲ ଲୁଟିଲା ମହିଳା

 ଜାତୀୟ ରାଜଧାନୀ ସାଧାରଣ ଲୋକଙ୍କ ପାଇଁ ଅସୁରକ୍ଷିତ ହୋଇପଡ଼ିଛି । ଜଣେ ମହିଳା ଦିନ ଦ୍ୱିପ୍ରହରରେ ଯୁବତୀଙ୍କ ଠାରୁ ମୋବାଇଲ ଲୁଟ କରି ଫେରାର ହୋଇଯାଇଛି । ଏହା ପୂର୍ବରୁ ଲୁଟେରୀ ମହିଳା ଯୁବତୀଙ୍କୁ ଆକ୍ରମଣ କରିଥିଲା । ସମସ୍ତ ଘଟଣା ନିକଟରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକଡିଂ ହୋଇଛି ।  ମୋବାଇଲ ଲୁଟ ଘଟଣା ଦିଲ୍ଲୀର ସୁଲତାନପୁର ଅଂଚଳରେ ହୋଇଛି । ଗତ ୧୩ ତାରିଖଷର କୃଷ୍ଣାବିହାରରେ ରହୁଥିବା ଜ୍ୟୋତି ଠାକୁର ନାଁରେ ଜଣେ ଯୁବତୀ ଘରୁ ପାଦରେ ଚାଲିଚାଲି ବାହାରିଥିଲେ । ଏହା ପୂର୍ବରୁ ରାସ୍ତାରେ ଅଭିଯୁକ୍ତ ମହିଳା ଯୋଜନା ମୁତାବକ ବସିଥିଲା । ଅଭିଯୁକ୍ତ ମହିଳା ଜ୍ୟୋତିଙ୍କ ପଛପଟରୁ ଆସି ପ୍ରଥମେ ଆକ୍ରମଣ କରିଥିଲା । ଏହା ପରେ ବଳପୂର୍ବକ ମୋବାଇଲ ଛଡ଼ାଇବା ପାଇଁ ଉଦ୍ୟମ କରିଥିଲା ।  ଜ୍ୟୋତି ଓ ଅଭିଯୁକ୍ତ ମହିଳାଙ୍କ ମଧ୍ୟରେ କିଛି ସମୟ ପର୍ଯ୍ୟନ୍ତ ସଂଘର୍ଷ ଲାଗି ରହିଲା । କିନ୍ତୁ ଶେଷରେ ମହିଳା ଜଣକ ମୋବାଇଲ ଲୁଟ କରି ଫେରାର ହେବାରେ ସଫଳ ହୋଇଥିଲା । ଘଟଣାର ଶିକାର ହେବା ପରେ ପୀଡିତ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଆଖପାଖର ସିସିଟିଭି କ୍ୟାମେରାର ଫୁଟେଜକୁ ଆଧାର ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.