ସିଦ୍ଧାର୍ଥ ପିଠାନୀଙ୍କୁ ମିଳିଲା ଜାମିନ୍

ଭୁବନେଶ୍ବର :ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ବର୍ଷକ ପରେ ବି ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିପାରିନଥିବାବେଳେ ତାଙ୍କ ସହଯୋଗୀ ସିଦ୍ଧାର୍ଥ ପିଠାନୀଙ୍କୁ ଅନ୍ତରୀଣ ଜାମିନ ମିଳିସାରିଛି। ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବନ୍ଧୁ ତଥା ଫ୍ଲାଟ୍‌ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି କୋର୍ଟ। ଗୁରୁବାର ଦିନ ଏକ ସ୍ୱତନ୍ତ୍ର ଏନଡିପିଏସ କୋର୍ଟ ଡ୍ରଗ୍ସ ମାମଲାରେ ଅଭିଯୁକ୍ତ ସିଦ୍ଧାର୍ଥ ପଠାନିଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଥିବା ସୂଚନା ମିଳିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲା ସହ ଜଡିତ ଡ୍ରଗ୍ କେସ୍‌ରେ ମେ ୨୮ରେ ହାଇଦ୍ରାବାଦରୁ ଗିରଫ ହୋଇଥିଲେ ସିଦ୍ଧାର୍ଥ। ଏନସିବି ଦ୍ୱାରା ସେ ବର୍ତ୍ତମାନ ନ୍ୟାୟିକ ହେପାଜତରେ ଅଛନ୍ତି। ସୂଚନା ଅନୁଯାୟୀ ଗତ ସପ୍ତାହରେ ନିଜ ବିବାହ ଲାଗି ଜାମିନ ଆବେଦନ କରିଥିଲେ ସିଦ୍ଧାର୍ଥ। ହେଲେ କୋର୍ଟ ତାଙ୍କ ଜାମିନ ଆବେଦନ ପ୍ରତ୍ୟାହାର କରିଥିଲେ। ଏହାପରେ ସିଦ୍ଧ‌ାର୍ଥ ଜୁନ୍‌ ୨୬ରେ ବିବାହ କରିବା ପାଇଁ କୋର୍ଟଙ୍କୁ ଅନ୍ତରୀଣ ଜାମିନ ମାଗିଥିଲେ। ଏହାପରେ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଜୁଲାଇ ୨ ଯାଏ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ।

Leave A Reply

Your email address will not be published.