କରୋନାରେ ଆଖିବୁଜିଲେ କିମ୍ବଦନ୍ତୀ ମିଲଖା ସିଂ

ଓଡ଼ିଶା ସମାଚାର : ଆଗେ ଆଗେ ସ୍ତ୍ରୀ …ପଛେ ପଛେ ସ୍ୱାମୀ । ମାତ୍ର ପାଞ୍ଚ ଦିନର ବ୍ୟବଧାନରେ ଆରପାରିକୁ ଚାଲିଗଲେ ମିଲଖା ସିଂ ଏବଂ ତାଙ୍କ ପତ୍ନୀ ନିର୍ମଲ । ମିଲଖା ସିଂ ଏବଂ ତାଙ୍କ ପତ୍ନୀଙ୍କ ପ୍ରେମ କାହାଣୀ ବେଶ୍ ଚର୍ଚ୍ଚାରେ ରହିଥିଲା । ଖେଳ ପଡିଆରେ ପ୍ରଥମ ଥର ପାଇଁ ଉଭୟ ଉଭୟଙ୍କ ସହ ଦେଖା ହୋଇଥିଲେ । ସେହିଠାରୁ ସେମାନଙ୍କର ପ୍ରେମ କାହାଣୀ ଆରମ୍ଭ ହୋଇଥିଲା ।  ଏହା ପୂର୍ବରୁ ମିଲଖା ସିଂଙ୍କ ଅନେକ ଝିଅଙ୍କ ସହ ପ୍ରେମ ସମ୍ପର୍କ ଥିବା ଚର୍ଚ୍ଚା ହେଉଥିଲା ।  ମିଲଖା ସିଂଙ୍କ ନାମ ଗୋଟିଏ କିମ୍ବା ଦୁଇଜଣ ନୁହେଁ ବରଂ ତିନି ତିନି ଜଣ ଝିଅଙ୍କ ସହିତ ଜୋଡା ହୋଇଥିଲା । ତେବେ ସେ ସେମାନଙ୍କ ମଧ୍ୟରୁ କାହାକୁ ବିବାହ କରିନଥିଲେ । କାରଣ ଆଥଲେଟିକ୍ସର ପଡ଼ିଆରେ ଭଲିବଲ୍ ରାଣୀଙ୍କୁ ଭଲ ପାଉଥିଲେ । ଉଭୟଙ୍କ ପ୍ରେମ ସମ୍ପର୍କକୁ ପରିବାର ଲୋକେ ଗ୍ରହଣ କରିବାକୁ ଅରାଜି ଥିଲେ । କାରଣ ନିର୍ମଲ କୌର ହିନ୍ଦୁ ଥିଲେ ଏବଂ ମିଲଖା ସିଂ ଜଣେ ଶିଖ ଥିଲେ ।  ତେଣୁ ବିବାହ ପଥରେ ଏକ ପ୍ରକାର ବାଧା ଆସିଥିଲା ​​। ପରେ ତତ୍କାଳୀନ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରତାପ ସିଂ କାଇରୋନଙ୍କୁ ମଧ୍ୟସ୍ଥତା କରିବାକୁ ଆଗେଇ ଆସିଥିଲେ ଏବଂ ଉଭୟ ପରିବାର ସହିତ କଥାବାର୍ତ୍ତା ହେବା ପରେ ବିବାହ ସ୍ଥିର ହୋଇଥିଲା ।  ଶେଷରେ ୧୯୬୨ ମସିହାରେ ଦୁହେଁ ବିବାହ କରିଥିଲେ । ମିଲଖା ସିଂ ତାଙ୍କ ପତ୍ନୀଙ୍କୁ ଅନେକ ଥର ପ୍ରଶଂସା କରିଥିଲେ । ସେ କହିଥିଲେ ପିଲାମାନଙ୍କୁ ଶିକ୍ଷା ଦେବା ଏବଂ ଯନ ନେବା ଆଦିରେ ତାଙ୍କ ପତ୍ନୀ ନିର୍ମଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି । ତାଙ୍କ ଅନୁପସ୍ଥିତିରେ ନିର୍ମଲ ପିଲାମାନଙ୍କର ଶିକ୍ଷା ଏବଂ ଅନ୍ୟ ସମସ୍ତ ବିଷୟର ଯତ୍ନ ନେଇଥିଲେ। ସେ ତାଙ୍କ ପତ୍ନୀଙ୍କୁ ତାଙ୍କର ସବୁଠାରୁ ବଡ ଶକ୍ତି ବୋଲି ବିବେଚନା କରିଥିଲେ ।

Leave A Reply

Your email address will not be published.