ଆଉ ଦୁଇ ଦିନ ପରେ ଦେବସ୍ନାନ ପୂର୍ଣ୍ଣିମା

ପୁରୀ : ଆଉ ମାତ୍ର ଦୁଇ ଦିନ ପରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା । ଗତ ବର୍ଷ ଭଳି ଚଳିତ ବର୍ଷ ବି କୋଭିଡ୍ କଟକଣା ମଧ୍ୟରେ ମହାପ୍ରଭୁ୍‌ଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବାକୁ ଥିବା ବେଳେ ଏବେ ଠାରୁ ଶ୍ରୀଷକ୍ଷତ୍ରରେ ଚୂଡାନ୍ତ ହୋଇଛି ପ୍ରସ୍ତୁତି । ସମସ୍ତ କରୋନା ଗାଇଡଲାଇନ୍ସ ସହିତ କିଭଳି ସୁରୁଖୁରରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିକା ଅନୁଷ୍ଠିତ ହେବ ତାକୁ ନେଇ ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଉଭୟ ତତ୍ପର । ଗତ କାଲି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାର ନୀତି ନିର୍ଘଣ୍ଟ ପ୍ରସ୍ତୁତି ଶେଷ ହୋଇଛି । ଏଥି ସହିତ ଦେବସ୍ନାନ ପୂର୍ଣ୍ଣିମାରେ ସାମିଲ ହେବାକୁ ଥିବା ସମସ୍ତ ସେବାୟତ ମାନଙ୍କ କୋଭିଡ୍ ଟେଷ୍ଟ ବାଧ୍ୟତା ମୂଳକ ହୋଇଥିବା ବେଳେ ସମ୍ଭବତଃ ଆସନ୍ତା କାଲି ଠାରୁ ଦେବସ୍ନାନ ପୂର୍ଣ୍ଣିମାରେ ସାମିଲ ହେବାକୁ ଥିବା ସେବାୟତ ଓ ପୋଲିସ୍ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟିଂ ଆରମ୍ଭ ହେବ । ସେପଟେ ରାଘବଦାସ ମଠ ଓ ଗୋପାଳତୀର୍ଥ ମଠ ପକ୍ଷରୁ ହାତୀ ବେଶର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହି ଦୁଇ ମଠ ପକ୍ଷରୁ ଶ୍ରୀଜିଉମାନଙ୍କ ହାତୀ ବେଶ ଏବଂ ମହାପ୍ରଭୁଙ୍କ ପହଣ୍ଡି ପାଇଁ ଟାହିଆ ପ୍ରସ୍ତୁତ କରାଯାଇଆସୁଛି । ଗତ ବର୍ଷ ଭଳି ଏବର୍ଷ ବି ଭକ୍ତଶୂନ୍ୟ ହେବାକୁ ଯାଉଛି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରା । ଏଭଳି ସ୍ଥିତିରେ ଭକ୍ତ ମାନଙ୍କ ଭାବାବେଗ ରେ ସାମନ୍ୟ ଆଘାତ ଲାଗିଥିଲେ ବି କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି ।

Leave A Reply

Your email address will not be published.