ସୁନ୍ଦରଗଡ଼ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ ଟିକାକରଣ ଆରମ୍ଭ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ୧୮ ବର୍ଷରୁ ଅଧିକ ବୟସର ସବୁ ବର୍ଗର ବ୍ୟକ୍ତିଙ୍କ ପାଇଁ କୋଭିଡ୍ ଟିକାକରଣ ଆରମ୍ଭ ହୋଇଛି। ଟିକାକରଣ କାର‌୍ୟ୍ୟକ୍ରମକୁ ସୁରୁଖୁରୁରେ କରିବା ପାଇଁ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହ ମୋଟ ୫୯ଟି ଟିକାକରଣ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ସୋମବାରଠାରୁ ଜିଲ୍ଲାର ସମସ୍ତ ପୌରପାଳିକା ଓ ୧୭ଟି ବ୍ଲକର ଏହି ଟିକାକରଣ ଚାଲିଛି ଅର୍ଥାତ୍, ଜିଲ୍ଲାର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଏକ ସମୟରେ ଟିକାକରଣ କରାଯାଉଛି। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ବିଭିନ୍ନ କେନ୍ଦ୍ରରେ ସକାଳ ୯ଟାରୁ ଅପରାହ୍ଣ ୧ଟା ଏବଂ ଅପରାହ୍ଣ ୩ଟାରୁ ସଂଧ୍ୟା ୫ଟା ପର‌୍ୟ୍ୟନ୍ତ ଟିକାକରଣ ଜାରି ରହିବ।ପୂର୍ବରୁ ରାଉରକେଲା ମହାନଗର ନିଗମ ଓ ସୁନ୍ଦରଗଡ଼ ପୌରପାଳିକା ଅଞ୍ଚଳରେ ୧୮ ବର୍ଷରୁ ଅଧିକ ବୟସ ବର୍ଗ ପାଇଁ ଟିକାକରଣ ଆରମ୍ଭ ହୋଇଥିଲା । ୧୮ରୁ ୪୪ ଓ ୪୫ରୁ ଅଧିକ ବୟସର ବ୍ୟକ୍ତିଙ୍କ ପାଇଁ ଅଲଗା ଦୁଇଟି ଥାକରେ ଟିକାକରଣ କାର‌୍ୟ୍ୟକ୍ରମ ଚାଲୁଥିଲା। ଟିକାକରଣ କାର‌୍ୟ୍ୟକ୍ରମକୁ ସୁରୁଖୁରୁରେ କରିବା ପାଇଁ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସହ ମୋଟ ୫୯ଟି ଟିକାକରଣ କେନ୍ଦ୍ର ବ୍ୟବସ୍ଥା କରାଯାଇଛି।

Leave A Reply

Your email address will not be published.