ଟୀକାକରଣରେ ରେକର୍ଡ କଲେ ଆନ୍ଧ୍ର ସରକାର

ଆନ୍ଧ୍ର ପ୍ରଦେଶ : ପୁରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏବେ ଠାରୁ ଭୟ ବଢାଇଛି ତୃତୀୟ ଲହର ଆଶଙ୍କା । ଏହାରି ମଧ୍ୟରେ ରାଜ୍ୟ ଗୁଡିକରେ ଟୀକାକରଣ କୁ ତ୍ୱରାନିତ୍ୱ କରିବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ମାନଙ୍କୁ ଆହ୍ୱାନ ଦେଇଥିବା ବେଳେ ବର୍ତମାନ ଟୀକାକରଣରେ ରକର୍ଡ କରିଛନ୍ତି ଆନ୍ଦ୍ର ପ୍ରଦେଶ ସରକାର । ଆନ୍ଧ୍ର ରେ ଗୋଟିଏ ଦିନରେ ୧୩ ଲକ୍ଷ ଲୋକଙ୍କୁ ଟୀକାକରଣ କରାଯାଇଛି ଯାହା ପୁରା ଦେଶରେ ସର୍ବାଧିକ ଦୈନିକ ଟୀକାକରଣ ରେକର୍ଡ ରହିଛି । ଆନ୍ଧ୍ରର ୧୩ ଟି ଜିଲ୍ଲାରେ ସକାଳ ୬ ରୁ ରାତି ୮ ପର୍ଯ୍ୟନ୍ତ ଟୀକାକରଣ କରାଯାଇ ଏଭଳି ଟାର୍ଗେଟ ହାସଲ କରିଛନ୍ତି ଆନ୍ଧ୍ର ସରକାର । ସର୍ବାଧିକ ଟୀକାକରଣ ଗୋଦାବରୀ ଜିଲ୍ଲାରେ ହୋଇଥିବା ବେଳେ ପୂର୍ବ ଓ ପଶ୍ଚିମ ଗୋଦାବରୀ ଅଞ୍ଚଳରେ ଦେଢ ଲକ୍ଷରର ଅଧିକ ଲୋକ ଟୀକା ନେଇଥିବା ସୂଚନା ମିଳିଛି । କୋଭିଡ୍ ଯାସ୍କଫୋର୍ସ ଚେୟାରମ୍ୟାନ୍ କେ ଏସ୍ ଜୱାହାର ରେଡ୍ଡୀଙ୍କ ଅନୂଯାଇ ମହାମାରୀ ସମୟରେ ଏହା ଆନ୍ଧ୍ର ସରକାକରଙ୍କ ପାଇଁ ଏକ ବହୁତ ବଡ ସଫଳତା । 

Leave A Reply

Your email address will not be published.