କେନ୍ଦ୍ରସରକାରଙ୍କୁ ଶ୍ୱେତପତ୍ର ଦେଲେ ରାହୁଲ ଗାନ୍ଧି

ନୁଆଦିଲ୍ଲୀ : କରୋନା ମହାମାରୀ ସମୟରେ କଂଗ୍ରେସର ସାଂସଦ ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଏକ ଶ୍ୱେତପତ୍ର ପ୍ରଦାନ କରିବା ସହ ଅନେକ ଦାବୀ ମଧ୍ୟ କରିଛନ୍ତି । ସେ କହିଛନ୍ତି  କରୋନାର ଦ୍ୱିତୀୟ ଲହର ଚାଲିଥିବା ବେଳେ ତୃତୀୟ ଲହରର ଭୟ ଘାରିବାରେ ଲାଗିଛି । ତେଣୁ ରାହୁଲ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଦ୍ୱିତୀୟ ଲହରରେ ଯେପରି ବେଡ଼୍ ଓ ଅକ୍ସିଜେନ୍ ର ଅସୁବିଧା ହେଲା ସେହିପରି ଅସୁବିଧା ତୃତୀୟ ଲହରରେ ନହେଉ ତେଣୁ ଆଗୁଆ ସର୍ତକ ହେବାକୁ କହିଛନ୍ତି ।ଏହା ମଧ୍ୟ କହିଛନ୍ତି କରୋନା କାଳରେ ଲୋକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ସହ ଅନାଥ ହୋଇଥିବା ପିଲାମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ।କରୋନା ସଙ୍କଟ ସମୟରେ ଭ୍ୟାକ୍ସିସିନ୍ ହିଁ ଏକ ବଚିଂବାର ମାଧ୍ୟମ । ଯାହା ସରକାର ଏହାକୁ ସୁଚାର ରୁପେ ଚଳଲାଇଛନ୍ତି । ଏହା କେବଳ ଗୋଟିଏ ଦିନ ର କଥା ନୁହେଁ ପ୍ରତିଦିନ ଏହି ଟିକା ଲଗାଇବାର କାର୍ଯ୍ୟ କରିବାକୁ ହେବ । ଯାହାଫଳରେ ସବୁଲୋକ ଟିକା ନେଇପାରିବେ । ଏପରି ସମୟରେ ଟିକାକୁ ନେଇ ବିଜେପି ଓ କଂଗ୍ରେସ ଦଳର ଚର୍ଚ୍ଚା କରିବା ଆବଶ୍ୟକ ନୁହେଁ ବୋଲି ରାହୁଲ ଗାନ୍ଧି କହିଛନ୍ତି । ଏହି ଭୂତାଣୁରେ ଏପରି କିଛି ଲୋକଙ୍କ ମୃତ୍ୟୁ ହୋଇଛି ଯାହାକୁ ବଚାଂଇ ଯାଇପାରିଥାନ୍ତା ହେଲେ ବେଡ଼୍ ,ଅକ୍ସିଜେନ୍ ଓ ବିଭିନ୍ନ ସୁବିଧା ନଥିବାରୁ ସେମାନଙ୍କୁ ବଚାଂଇ ହୋଇପାରିଲା ନାହିଁ ବୋଲି ମଧ୍ୟ କହିଛନ୍ତି । 

Leave A Reply

Your email address will not be published.