ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଭିନବ ପ୍ରୟାସ

ଗଞ୍ଜାମ : କରୋନାର ଦ୍ୱିତୀୟ ଲହର ଭୟ ଦୁର ହୋଇନଥିବା ବେଳେ ଏବେ ଚିନ୍ତା ବଢାଇବାରେ ଲାଗିବ କୋଭିଡର ତୃତୀୟ ଲହର । ତେବେ ଏପରି ସ୍ଥିତିରେ  କୋଭିଡଠାରୁ ବର୍ତ୍ତିବା ପାଇଁ ସମସ୍ତ ଜିଲାବାସୀଙ୍କ ଟିକାକରଣ ପାଇଁ ଗଞ୍ଜାମ ପ୍ରଶାସନ ଏକ ଅଭିନବ ପ୍ରୟାସ ଜାରୀ କରିଛନ୍ତି । ତେଣୁ ପ୍ରଶାସନ ପକ୍ଷରୁ କୁହାଯାଇଛି ଟିକାକରଣ ର ସାଟିଁଫିକେଟ ନଥିଲେ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ ।  ତେଣୁ ଟିକାକରଣ କାର‌୍ୟ୍ୟ କ୍ରମର ସଫଳ ଓ ସଠିକ ପରିଚାଳନା ହେବା ଆବଶ୍ୟକ । ଦୈନିକ ଟିକାକରଣ ଲକ୍ଷ୍ୟ ପୂରଣ ଦିଗରେ ସମସ୍ତ ଅଧିକାରୀ, କର୍ମଚାରୀ ପ୍ରଚେଷ୍ଟା କରିବା ଆବଶ୍ୟକ। ଏହି ଦିଗରେ ଗୁରୁତ୍ୱ ଦେବାକୁ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଦ୍ଦେଶ ଦେଇଛନ୍ତି। ଦୋକାନୀମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇ ଟିକା ପ୍ରଦାନ କରାଯିବ ।

Leave A Reply

Your email address will not be published.