ଆସନ୍ତା ୨୪ ତାରିଖରେ ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ବୈଠକରେ ଅଂଶଗ୍ରହଣ କରିବାକୁ ଶେଷରେ ରାଜି ହେଲେ ଗୁପକାର ନେତା

ନୁଆଦିଲ୍ଲୀ : ଜାମ୍ମୁ-କାଶ୍ମୀରର ରାଜନୌତିକ ଦଳର ଗୁପକାର ସଙ୍ଗଠନ ଶେଷରେ ନିଷ୍ପତି ନେଇଛନ୍ତି ଯେ ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଡ଼ାକିଥିବା ବୌଠକରେ ଯୋଗ ଦେବେ । ସୁଚନାଅନୁସାରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆସନ୍ତା ଜୁନ୍ ୨୪ ତାରିଖରେ ଜାମ୍ମୁରେ ଏକ ବୌଠକ ହେବ । ଯେଊଁଥିରେ ଜମ୍ମୁ-କାଶ୍ମୀରର ବିଭିନ୍ନ ଦଳ ଓ ସଙ୍ଗଠନ କୁ ଡ଼କାଯାଇଛି । ତେବେ ଏହି ବୌଠକ ପୁର୍ବରୁ ଜମ୍ମୁରେ ପ୍ରଧାନମନ୍ତ୍ରୀ ଫାରୁକ ଅବଦ୍ଦୁଲାଙ୍କ ନିର୍ଦ୍ଦେଶରେ ଏକ ବୌଠକ ଡ଼କାଯାଇଛି ଯେଉଁଥିରେ ଫାରୁକ୍ ଅବଦ୍ଦୁଲା ଗୁପକାର ସଙ୍ଗଠନକୁ କହିଛନ୍ତି ଆମେ ମୋଦୀଙ୍କ ଦ୍ୱାରା ଡ଼କାଯାଇଥିବା ବୈଠକରେ ଅଶଂଗ୍ରହଣ କରିବା । ଗୁପକାର ନେତା ଓ ଅନ୍ୟ ନେତାମାନେ କହିଛନ୍ତି ଆମକୁ ମୋଦୀ ଓ ଗୃହମନ୍ତ୍ରୀଙ୍କ ଆଗରେ ଆମ ଦାବୀ ଜଣାଇବାର ସୁଯୋଗ ମିଳିଲା । ଆମେ ତାରା ମାଗିବୁନି କିନ୍ତୁ ଯାହା ଆମର ସେଇଟାକୁ ହିଁ ମାଗିବୁ । ସେମାନେ ଏହା ମଧ୍ୟ କହିଛନ୍ତି ଆମେ କୌଣସି କାଗଜରେ ଦସ୍ତଖତ କରିବୁ ନା ୩୭୦ ଧାରାକୁ ନେଇ କୌଣସି ବୁଝାବଣା  କରିବୁ । ଏହା ମଧ୍ୟରେ ମହବୁବା ମୁପ୍ତି ଅପିଲ କରିଛନ୍ତି ଯେ ଯେଉଁ ସିଆସି କଏଦୀ ଅଛନ୍ତି ତାଙ୍କୁ ମୁକ୍ତ କରାଯାଉ । ଯାହାଫଳରେ ବିଶ୍ୱାସ ଅଧିକ ହେବ । ମହବୁବା ଏହା ମଧ୍ୟ କହିଛନ୍ତି ଯେ ଜାମ୍ମୁ-କାଶ୍ମୀର ମାମଲାରେ ସମସ୍ତଙ୍କ ସହ ଆଲୋଚନା କରିବା ନିହାତି ଦରକାର ଏପରିକି ପାକିସ୍ତାନ ସହ ମଦ୍ୟ ଆରଲୋଚନା କରିବା ନିହାତି ଦରକାର । ଗୁପ୍ତକର ସଂଗଠନ ନେତା ମୁଜାଫର ଶାହା କହିଛନ୍ତି ଯେ ଆମେ ପ୍ରଧାନମନ୍ତ୍ରୀଙ୍କ ନିମନ୍ତ୍ରଣ ବିଷୟରେ ଆଲୋଚନା କରିବୁ। ୩୫ଏ, ୩୭୦ ବିଷୟରେ ମଧ୍ୟ ଆଲୋଚନା ହେବ ଏବଂ ଅନେକ ନିଷ୍ପତ୍ତି ମଧ୍ୟ ନିଆଯିବ ।

Leave A Reply

Your email address will not be published.