ନୋବେଲ ବିଜୟୀ ପ୍ରମୁଖ ଅର୍ଥନୀତିଜ୍ଞଙ୍କୁ ନେଇ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା କମିଟି ଗଠନ କଲେ ତାମିଲନାଡୁ ସରକାର

ତାମିଲନାଡୁ : ତାମିଲନାଡୁର ଏମ୍ .କେ. ଷ୍ଟାଲିନ୍‌ଙ୍କ ସରକାର ସୋମବାର ୫ ସଦସ୍ୟ ବିଶିଷ୍ଟ ଅର୍ଥନୈତିକ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ଏଥିରେ ଦେଶ ତଥା ବିଶ୍ବର ପ୍ରମୁଖ ଅର୍ଥନୀତିଜ୍ଞଙ୍କୁ ସାମିଲ କରାଯାଇଛି । କମିଟିରେ ନୋବେଲ ପୁରସ୍କାର ବିଜୟିନୀ ଅର୍ଥନୀତିଜ୍ଞ ଇଷ୍ଟର ଡୁପ୍ଲେ , ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ରହିଛନ୍ତି । ଏହି ଟିମ୍ ମୁଖ୍ୟମନ୍ତ୍ରୀ ଷ୍ଟାଲିନଙ୍କୁ ରାଜ୍ୟର ଆର୍ଥିକ ତଥା ସାମାଜିକ ନୀତି ନିର୍ଣ୍ଣୟ କରିବାରେ ସହଯୋଗ କରିବେ । ଆମେରିକାସ୍ଥିତ ମାସାଟ୍ୟୁସେଟ୍‌ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦାରିଦ୍ର୍ୟ ଦୂରୀକରଣ ଏବଂ ଅର୍ଥନୀତି ବିକାଶ ବିଭାଗରେ ପ୍ରଫେସର ଥିବା ୪୮ ବର୍ଷୀୟା ଡୁପ୍ଲେ ଜଣେ ଫରାସୀ – ଆମେରିକୀୟ ଅର୍ଥନୀତିଜ୍ଞ ଡୁଫ୍ଲୋ ଅର୍ଥନୀତି ବିଜ୍ଞାନରେ ନୋବେଲ ପୁରସ୍କାର ହାସଲ କରିଥିଲେ । ସେ ନୋବେଲ ବିଜେତା ଅଭିଜିତ ବାନାର୍ଜୀଙ୍କ ସ୍ତ୍ରୀ ଅଟନ୍ତି। ଅନ୍ୟମାନଙ୍କ ମଧ୍ୟରେ କମିଟିରେ ଭାରତ ସରକାରଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା ଅରବିନ୍ଦ ସୁବ୍ରମଣ୍ୟମ , ଅର୍ଥନୀତିଜ୍ଞ ଜିନ୍ ତ୍ରେଜେ ଏବଂ ପୂର୍ବତନ କେନ୍ଦ୍ର ଅର୍ଥ ସଚିବ ଏସ୍ . ନାରାୟଣ ରହିଛନ୍ତି।

Leave A Reply

Your email address will not be published.