ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ

ଭୋପାଳ: କୋଭିଡ୧୯ର ଦ୍ୱିତୀୟ ଲହରକୁ ବଳ ଯୋଗାଇଥିଲା ଡେଲଟା ଭେରିଆଣ୍ଟ। ଏହି ଭେରିଆଣ୍ଟ ଏବେ ଦୁର୍ବଳ ହେବାରେ ଲାଗିଛି। କିନ୍ତୁ ଏହି ଭେରିଆଣ୍ଟରୁ ମ୍ୟୁଟାଣ୍ଟ ହୋଇ ଆଉ ଏକ ଭେରିଆଣ୍ଟ ବିକଶିତ ହୋଇଛି ତାର ନାମ ଡେଲଟା ଭେରିଆଣ୍ଟ। ଡେଲଟା ଅପେକ୍ଷା ଏହି ଡେଲଟା ପ୍ଲସ ଭେରିଆଣ୍ଟ ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞ କହିଛନ୍ତି। ଏଥିପାଇଁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସତର୍କ ରହିବା ସହିତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କହିଛନ୍ତି। ଏହାରି ଭିତରେ କିନ୍ତୁ ଜଣେ ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତି ଆଖି ବୁଜିଛନ୍ତି।-ADVERTISEMENT- ମଧ୍ୟପ୍ରଦେଶ ଉଜ୍ଜୈନ ସହରରେ ଡେଲଟା ପ୍ଲସରେ ସଂକ୍ରମିତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ମୃତକ ଜଣଙ୍କ ମହିଳା ବୋଲି ଜଣାପଡ଼ିଛି। ଏ ନେଇ ଉଜ୍ଜୈନର ଜିଲ୍ଲାପାଳ ଆଶିଷ ସିଂହ ଏହି ସୂଚନା ଦେଇଛନ୍ତି। ମେ ୨୩ରେ ଏହି ୫୦ ବର୍ଷୀୟ ମହିଳାଙ୍କ ମୃତ୍ୟୁ ଘଟିଥିବା ଜିଲ୍ଲାପାଳ କହିଛନ୍ତି। ମହିଳା ଜଣଙ୍କ କୋଭିଡରେ ସଂକ୍ରମିତ ହେବା ପରେ ତାଙ୍କ ନମୁନାକୁ ପରୀକ୍ଷାଗାରକୁ ପଠାଯାଇଥିଲା। ଯେଉଁଥିରୁ ଜଣାପଡ଼ିଥିଲା ମହିଳା ଜଣଙ୍କ ଡେଲଟା ପ୍ଲସରେ ସଂକ୍ରମିତ ହୋଇଛନ୍ତି। ତେବେ ମହିଳା ଜଣଙ୍କ କୌଣସି ପ୍ରକାର ଟିକା ନେଇନଥିଲେ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

Leave A Reply

Your email address will not be published.