ଭାରତ ସମେତ ୧୮୪ ଦେଶ ଆମେରିକା ବିରୋଧରେ ଦେଲେ ଭୋଟ୍

ଜେନେଭା: କ୍ୟୁବା ଉପରେ ଲାଗୁ ହୋଇଥିବା ଆର୍ଥିକ ପ୍ରତିବନ୍ଧକ ନିୟମ ପୂର୍ବ ପରି ଚାଲୁ ରହିବ। ଆମେରିକାର ବାଇଡେନ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ଆମେରିକାର ଏହି ପ୍ରସ୍ତାବକୁ ସାରା ବିଶ୍ୱରେ ନନ୍ଦା କରାଯାଇଛି। ଜାତିସଂଘରେ ଥିବା ୧୯୩ ଦେଶ ମଧ୍ୟରୁ ୧୮୪ ଦେଶ ଏହାକୁ ବିରୋଧ କରିଛନ୍ତି। ଯେଉଁଥିରେ ଭାରତ ମଧ୍ୟ ରହିଛି। ଆମେରିକା ଏବଂ ଇସ୍ରାଏଲ କିନ୍ତୁ ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି। ସେହିପରି ବ୍ରାଜିଲ, କୋଲୋମ୍ୱିଆ ଏବଂ ୟୁକ୍ରେନ ଏହି ପ୍ରସଙ୍ଗରେ ସାମିଲ ହୋଇ ନାହାନ୍ତି। ଚାରି ଦେଶ ଭୋଟ୍ ଦେଇ ନାହାନ୍ତି। ଏହି ଚାରି ଦେଶ ହେଲେ ସେଣ୍ଟ୍ରୋଲସ ଆଫ୍ରିକାନ ରିପବ୍ଲିକ, ମିଆଁମାର, ମୋଲଡୋବା ଏବଂ ସୋମାଲିଆ ରହିଛି।-ADVERTISEMENT- କ୍ୟୁବା ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇବା ପାଇଁ ବାଇଡେନ ସରକାର ନିଷ୍ପତ୍ତି ନେଇଛି। ଜାତିସଂଘରେ ଆମେରିକା ସରକାରଙ୍କ ରାଜଦୂତ ରୋଡନି ହଣ୍ଟର ବାଇଡେନ ପ୍ରଶାସନ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। କ୍ୟୁବା ବିରୋଧରେ ଆମେରିକା ଯେଉଁ ନିଷ୍ପତ୍ତି ନେଇଛି ତାହା ଗଣତନ୍ତ୍ର ମାନବିକ ଅଧିକାରକୁ ସୁରକ୍ଷା ଦେବା ଦେବ। କ୍ୟୁବାକୁ ନେଇ ଆମେରିକାର ଏହା ପ୍ରମୁଖ ଆଧାର ବୋଲି ସେ କହିଛନ୍ତି।

Leave A Reply

Your email address will not be published.