ଦୁର୍ବଳ ହେଉଛି କୋଭିଡ-୧୯ ସଂକ୍ରମଣ

ନୂଆଦିଲ୍ଲୀ: ସାରା ଦେଶ ପାଇଁ ଚିନ୍ତାଜନକ ପାଲଟିଥିବା କୋଭିଡ-୧୯ ଏବେ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ମୋଟ୍ ୫୪ ହଜାର ୬୯ ଜଣ କୋଭିଡରେ ସଂକ୍ରମିତ ହୋଇଛନ୍ତି। ଏହି ଅବଧି ମଧ୍ୟରେ କିନ୍ତୁ ୬୮ ହଜାର ୮୮୫ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ଦେଶରେ ମୋଟ୍ ୬ ଲକ୍ଷ ୨୭ ହଜାର ଚିକିତ୍ସାଧୀନ ରହିଛନ୍ତି। ଲଗାତର ୪୨ ଦିନ ହେବ କୋଭିଡ ସଂକ୍ରମିତ ସଂଖ୍ୟା ଆରୋଗ୍ୟ ସଂଖ୍ୟାଠୁ କମ୍ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଏବେ ଆରୋଗ୍ୟ ହାର ୯୬.୬୧ ପ୍ରତିଶତ ହୋଇଛି। ଦୈନିକ ପଜିଟିଭିଟି ହାର ୩.୦୪ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ପଜିଟିଭିଟି ହାର ୫ ପ୍ରତିଶତ ହୋଇଛି। ଲଗାତର ୧୭ ଦିନ ହେବ ଦୈନିକ ସଂକ୍ରମଣ ହାର ୫ ପ୍ରତିଶତ ତଳେ ରହିଛି। କୋଭିଡକୁ ରୋକିବା ଦିଗରେ ଟିକାକରଣ ଏବଂ ବିଭିନ୍ନ ରାଜ୍ୟ ସରକାର ଲଗାଇଥିବା ପ୍ରତିବନ୍ଧକ ବଡ ସଞ୍ଜିବନୀ ପାଲଟିଛି। ଜୁନ୍ ୨୧ରୁ ସାରା ଦେଶରେ ଚତୁର୍ଥ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୮୬ ଲକ୍ଷ ଲୋକ ସାରା ଦେଶରେ ଟିକା ନେଇଥିବା ବେଳେ ମଙ୍ଗଳବାର ଏହି ସଂଖ୍ୟା କମି ୫୪ ଲକ୍ଷ ଏବଂ ବୁଧବାର ଏହା ୬୪.୮୯ ଲକ୍ଷ ଲୋକ ଟିକା ନେଇଛନ୍ତି। ଏଯାବତ ସାରା ଦେଶରେ ୩୦.୧୬ କୋଟି ଲୋକ ଟିକା ନେଇଥିବା ଜଣାପଡ଼ିଛି।

Leave A Reply

Your email address will not be published.