ଗ୍ରାମାଞ୍ଚଳରେ ବଢ଼ିଛି ଟିକାକରଣ

ନୂଆଦିଲ୍ଲୀ: ଜୁନ୍ ୨୧ରେ ସାରା ଦେଶରେ ୮୫ ଲକ୍ଷ ଲୋକ ଟିକା ନେଇଛନ୍ତି। ସାରା ଦେଶରେ ମୋଟ ଯେତିକି ଟିକାକରଣ କରାଯାଇଛି ସେଥିରୁ ୬୩.୬୮ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ଦିଆଯାଇଛି। ସେହିଦିନ ଦିଆଯାଇଥିବା ମୋଟ ପ୍ରତିଷେଧକ ଟିକା ମଧ୍ୟରୁ  ୫୬.୦୯ ଲକ୍ଷ ଟିକା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଦିଆଯାଇଛି। ସହରାଞ୍ଚଳରେ ସେହିଦିନ ୩୧.୯ ଲକ୍ଷ ଲୋକ କୋଭିଡ଼ ଟିକା ନେଇଥିଲେ। ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ କହିଛନ୍ତି ଯେ ଗ୍ରାମାଞ୍ଚଳ ଟିକାକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଆରୋପ କରୁଛନ୍ତି । “ଏବେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି ଏବଂ ଅଧିକ ମାତ୍ରାରେ ଏହି ଟିକା ଲୋକମାନଙ୍କୁ ଦିଆଯାଉଛି । ସୋମବାର (ଜୁନ ୨୧, ୨୦୨୧) ଠାରୁ ଦେଶର ଗ୍ରାମାଞ୍ଚଳ– ସହରାଞ୍ଚଳ ଟିକାକରଣ ବିଭାଜନ ସଂଖ୍ୟା ପ୍ରାୟ ସମାନ ରହିଛି। ତେଣୁ ଏହା ପ୍ରମାଣିତ କରିଛି ଯେ ଦେଶର ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ମଧ୍ୟ ସହଜରେ ଟିକାକରଣ କରାଯାଇପାରିବ।”

Leave A Reply

Your email address will not be published.