କରୋନାର ତୃତୀୟ ଲହର ପାଇଁ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ

ଭୁବନେଶ୍ୱର : ବର୍ତମାନ କରୋନାର ତୃତୀୟ ଲହରର ଆଶଙ୍କା ଏବେ ସବୁଠାରୁ ଅଧିକ ଲୋକଙ୍କୁ ଭୟବୀତ କରି ରଖିଛି ଏଭଳି ସ୍ଥିତିରେ ଆଜି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ କରୋନାର ତୃତୀୟ ଲହରକୁ ନେଇ ସେତେଟା ଭୟ କରିବାର ଆବଶ୍ୟକତା ନାହିଁ ।  ଆମେ ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ରହିଛୁ କରୋନା ମହାମାରୀର ତୃତୀୟ ଲହରର ମୁକାବିଲା କରିବା ପାଇଁ । ତୃତୀୟ ଲହର ଆସିବା ପୂବରୁ ଆମେ ଜାଣି ପାରିବା । ଦ୍ୱିତୀୟ ଲହର ଯେଉଁଭଳି ପ୍ରଥମେ ଦ୍ୱିଲ୍ଲୀ ଏବଂ ମୁମ୍ବାଇ ଦେଖା ଦେଇଥିଲା ଏବଂ ଆମେ କେରାନାର ଦ୍ୱିତୀୟ ଲହର ବିଷୟରେ ଜାଣି ପାରିଥିଲୁ ଠିକ୍ ସେହିଭଳି କରୋନାର ତୃତୀୟ ଲହର ଆସିବା ପୂର୍ବରୁ ଜଣାପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଏହାଛଡା ଏବେ ରାଜ୍ୟର ସଂକ୍ରମଣ ସ୍ଥିତି ସ୍ଥିର ରହିଛି ଏବଂ ଆମେ ଭଲ ସ୍ଥିତି ଆଡକୁ ଗତି କରୁଛେ ବୋଲି ଅନୁମାନ କରିପାରିବା ଏବଂ କରୋନାର ତୃତୀୟ ଲହର କେବଳ ମାତ୍ର ଆଶଙ୍କା କରାଯାଉଛି ଏବଂ ବର୍ତମାନ ସୁଦ୍ଧା ତୃତୀୟ ଲହରକୁ କେହି କିଛି ନିଶ୍ଚିତ ଭାବରେ କହିନାହାନ୍ତି ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Leave A Reply

Your email address will not be published.