ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ରୁ ଉର୍ଦ୍ଧ ଜିଲ୍ଲାରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ଵର ରାଜ୍ୟରେ ମୌସୁମୀ ସକ୍ରିୟ ଥିବାରୁ ଗତ କିଛି ଦିନ ଧରି ଲଘୁଚାପ ଏବଂ ନିମ୍ନ ରେଖା ଟ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି।ତେବେ ପୂର୍ବ ଉତ୍ତର ପ୍ରଦେଶରୁ ଉତ୍ତର ଝାଡ଼ଖଣ୍ଡ ଏବଂ ଗଙ୍ଗୀୟ ପଶ୍ଚିମ – ଦଙ୍ଗ ଉପତ୍ୟକା ମଧ୍ୟ ଦେଇ ଉତ୍ତର ପୂର୍ବ ଘୋପସାଗର ଯାଏଁ ଲମ୍ବିଛି , ତାଛଡା ଝାଡ଼ଖଣ୍ଡ ଏବଂ ତାର ଆଖପାଖ ଅଞ୍ଚଳରେ ଥିବା ଘୁର୍ନି ବଳୟ ସମୁଦ୍ର ପତ୍ତନ ଠାରୁ ୫.୮ କିମି ଯାଏଁ ସକ୍ରିୟ ରହିଛି ଏବଂ ଏହା ଉଚ୍ଚତା ସହ ଦକ୍ଷିଣ ପଶ୍ଚିମ ଦିଗରେ ଦଳିଛି । ଏହା ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୩ ଜିଲ୍ଲା ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ବୌଦ୍ଧ , ଅନୁଗୁଳ , ଢେଙ୍କାନାଳ , ନୂଆପଡା , ବଲାଙ୍ଗୀର , ସୋନପୁର , ସମ୍ବଲପୁର , ଦେବଗଡ , ସୁନ୍ଦରଗଡ , କେନ୍ଦୁଝର ରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ସେହିପରି ୧୯ ଜିଲ୍ଲା ନବରଙ୍ଗପୁର , କଳାହାଣ୍ଡି , କନ୍ଧମାଳ , ବୌଦ୍ଧ , ଅନୁଗୁଳ , ଢେଙ୍କାନାଳ , ନୂଆପଡା , ବଲାଙ୍ଗୀର , ସୋନପୁର , ସମ୍ବଲପୁର , ଦେବଗଡ , ସୁନ୍ଦରଗଡ , କେନ୍ଦୁଝର , କଟକ , ଯାଜପୁର , କେନ୍ଦ୍ରାପଡା , ଜଗତସିଂହପୁର , ଖୋର୍ଦ୍ଧା , ଏବଂ ପୁରୀ ଠାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

Leave A Reply

Your email address will not be published.