ରାଜ୍ୟରେ ସମାନ୍ୟ ବଢିଲା କରୋନା ସଂକ୍ରମଣ

ଭୁବନେଶ୍ୱର :ରାଜ୍ୟରେ ସମାନ୍ୟ ବଢିଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୦୭୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା ୯,୪୫,୭୪୯ ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ୨୦୭୪ ସଂକମିତଙ୍କ ମଧ୍ୟରୁ ୧୧୯୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୮୮୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏହା ସହିତ ଗତ ୨୪ ଘଣ୍ଟାରେ ୨୬୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ଏହାକୁ ମିଶାଇ ସୁସ୍ଥ ତାଲିକା ୯,୧୮,୦୪୧ ରେ ପହଁଞ୍ଚିଛି । ସରକାର ଟେଂଷ୍ଟି ହାରକୁ ଗୁରୁତ୍ୱ ଦେଉଥିବା ବେଳେ ଏବେ ସୁଦ୍ଧା ୧,୪୭,୭୨,୯୩୮ ଜଣଙ୍କ କରୋନା ପରିକ୍ଷା କରାଯାଇଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ ୫୯,ବାଲେଶ୍ୱରର ୧୧୫, ବରଗଡରୁ ୩୮,ଭଦ୍ରକରୁ ୧୧୦,ବଲାଙ୍ଗୀରରୁ ୧୭,ବୌଦ୍ଧରୁ ୧୨,କଟକରୁ ୨୮୩,ଦେଓଗଡରୁ ୩,ଢେଙ୍କାନାଳରୁ ୬୧,ଗଜପତିରୁ ୩,ଗଞ୍ଜାମରୁ ୫, ଜଗତ୍ସିଂହପୁରରୁ ୯୯, ଯାଜପୁର୧୨୦,ଝାରସୁଗୁଡାରୁ ୫,କଳାହାଣ୍ଡିରୁ୫, କନ୍ଧମାଳରୁ ୧୯, କେନ୍ଦ୍ରାପଡାରୁ ୪୬.କେଉଁଝରରୁ୪୬,ଖୋର୍ଦ୍ଦାରୁ ୪୪୩, କୋରାପୁଟରୁ ୧୦. ମାଲକାନଗିରି ୪୭,ମୟୂରଭଞ୍ଜ ୧୧୫, ନବରଙ୍ଗପୁରରୁ ୧୦, ନୟାଗଡ଼ ୫୮.ନୁଆପଡା ୪, ପୁରୀ ୧୩୩,ରାୟାଗଡା ୧୬, ସମ୍ବଲପୁର ୩୦, ସୋନପୁର ୯,  ସୁନ୍ଦରଗଡ ୫୬ ଏବଂ ରାଜ୍ୟପୁଲ୍ରୁ ୮୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Leave A Reply

Your email address will not be published.