ନୁଆପଡା ଜିଲ୍ଲାପାଳଙ୍କ ବାସଭବନରେ ପସିଲା ଭାଲୁ

ନୁଆପଡା :ନୁଆପଡା ଜିଲ୍ଲାପାଳଙ୍କ ବସାରେ ପସିଲା ଭାଲୁ। ନୂଆପଡ଼ା ଜିଲ୍ଲାପାଳ ସ୍ବଧାଦେବ ସିଂଙ୍କ ବାସଭବନରେ ଭାଲୁ ପସିଥିବା ଦେଖି କର୍ମଚାରିମାନେ ବନ ବିଭାଗକୁ ଖବର ଦେବା ପରେ ଭାଲୁକୁ ଧରିବା ପାଇଁ ଜଗି ବସିଛି ବନ ବିଭାଗ। ତେବେ ଜିଲ୍ଲାପାଳଙ୍କ ସରକାରି ବାସଭବନରେ ଅମ୍ବ ଖାଇବା ଆଶରେ ଭାଲୁଟି ପସିଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଭାଲୁକୁ ଧରିବା ପାଇଁ ଚେଷ୍ଟା ଚଲାଇଥିବା ଖବର ମିଳିଛି। ସୂଚନା ମୁତାବକ ଗତ କିଛି ଦିନ ତଳେ ସ୍ଥାନୀୟ ମୃତିକା ସଂଗ୍ରକ୍ଷଣ କାର୍ୟ୍ୟାଳୟ ପରିସରରେ ଭାଲୁ ଆତଙ୍କ  ଖେଳାଇଥିବା ବେଳେ ଆଜି ଜିଲ୍ଲାପାଳଙ୍କ ବାସଭବନ ପରିସରରେ ପସିଛି। ତେବେ ବନ କ୍ଷୟ ତଥା ବନ୍ୟପଶୁଙ୍କର ସାଧାରଣ ପ୍ରକ୍ରୀୟାରେ ମାନବ ସମାଜର ହସ୍ତକ୍ଷେପରୁ ଖାଦ୍ୟର ଅଭାବରେ ଭାଲୁ ସହର ମୁହାଁ ହେଉଥିବା ବନ୍ୟପ୍ରାଣି ବିଶେଷଜ୍ଞ ମାନେ କହିଛନ୍ତି। 

Leave A Reply

Your email address will not be published.