ଆଦାନୀ ଗ୍ରୁପ ହାତରେ ମୁମ୍ବାଇ ବିମାନବନ୍ଦର

ମୁମ୍ବାଇ : ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ଦାୟିତ୍ୱ ନିଜ ହାତକୁ ନେଇଛି । ଗୌତମ ଆଦାନୀ ସାମାଜିକ ଗଣମାଧ୍ୟମରେ ଟୁଇଟ କରି ଏହି ସୂଚନା ଦେଇଛନ୍ତି । ଟୁଇଟ କରି ଗୌତମ କହିଛନ୍ତି ଯେ, ମୁମ୍ବାଇ ଏୟାରପୋର୍ଟର ନିୟନ୍ତ୍ରଣ ଦାୟିତ୍ୱ ପାଇବା ସହିତ ଆଦାନୀ ଗ୍ରୁପ ଦେଶର ସବୁଠାରୁ ବଡ଼ ଏୟାରପୋର୍ଟ ଅପରେଟର ହୋଇପାରିଛି । ସେ ଲେଖିଛନ୍ତି ଯେ, ବିଶ୍ୱସ୍ତରୀୟ ମୁମ୍ବାଇ ଅନ୍ତର୍ଜାତୀୟ ବିମାନ ବନ୍ଦରର ପରିଚାଳନାର ଦାୟିତ୍ୱ ପାଇଁ ଆମେ ନିଜକୁ ଗର୍ବ କରୁଛୁ । ମୁମ୍ବାଇବାସୀକୁ ଗୌରବାନ୍ୱିତ କରିବା ଲାଗି ଆମେ ପ୍ରତିଶ୍ରୁତି ଦେଉଛୁ ଏବଂ ଏଥିରେ ଆମେ ସଫଳ ରହିବୁ ।  ମାଙ୍ଗାଲୁରୁ, ଲଖନଉ ଓ ଅହମଦାବାଦ ପରେ ଏବେ ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ପରିଚାଳନା ଦାୟିତ୍ୱ ଏବେ ଆଦାନୀ ହାତକୁ ଆସିଛି । ଶିଳ୍ପପତି ଗୌତମ ଆଦାନୀଙ୍କ କଂପାନୀ ଆଦାନୀ ଏୟାରପୋର୍ଟ ହୋଲଡିଂ ଲିମିଟେଡ (ଏଏଏଚ୍‌ଏଲ) । କଂପାନୀ ମୁମ୍ବାଇ ଅନ୍ତର୍ଜାତୀୟ ଏୟାରପୋର୍ଟ ଲିମିଟେଡ (ଏମ୍‌ଆଇଏଏଲ)ରେ ୨୩.୫ ପ୍ରତିଶତ ଶେୟାର କିଛି । ଏଏଏଚଏଲ ୧୬୮୫.୨୫ କୋଟି ଟଙ୍କାରେ ଏହି ଶେୟାର ୨ଟି ବିଦେଶ କଂପାନୀ ଏସିଏସଏ ଗ୍ଲୋବାଲ ଲିମିଟେଡ ଓ ବିଡ ସର୍ଭିସେଜ ଡିଭିଜନ (ମରିଶସ) ଲିମିଟେଡ ଠାରୁ କିଣିଛି ।  ଆଦାନୀ ଗ୍ରୁପ ଗତ ବର୍ଷ ଶେଷର ଏଏଆଇଠାରୁ ମାଙ୍ଗାଲୁର, ଲଖନଉ ଓ ଅହମଦାବାଦ ଏୟାରପୋର୍ଟ କିଣିଥିଲା । ଚଳିତବର୍ଷ ଜୁଲାଇ ପର୍ଯ୍ୟନ୍ତ ଜୟପୁର, ଗୁଆହାଟୀ ଓ ତିରୁଅନନ୍ତପୁରମ ବିମାନବନ୍ଦରକୁ ଅଧିଗ୍ରହଣ କରିବାକୁ ପ୍ରକ୍ରିୟା ଜାରି ରଖିଛି । ଆଦାନୀ ଗ୍ରୁପ ଏହି ୬ଟି ବିମାନବନ୍ଦରର ବିକାଶ ଓ ପରିଚାଳନା ଆଗାମୀ ୫୦ ବର୍ଷ ପାଇଁ କରିବ । 

Leave A Reply

Your email address will not be published.