କରୋନା ମୁକାବିଲାରେ ରାଜ୍ୟ ସରକାରଙ୍କ ଖର୍ଚ୍ଚର ହିସାବ ମାଗିଲେ ସିଏଜି

ଭୁବନେଶ୍ୱର :ଗତ ଦୁଇ ବର୍ଷ ଧରି ଦେଶ ତଥା ରାଜ୍ୟରେ କରୋନା ମହାମରୀ ଲଢେଇରେ ରାଜ୍ୟ ସରକାର ବିପୁଳ ଅର୍ଥ ଖର୍ଚ୍ଚ କରିଛନ୍ତି। କରୋନାର ପ୍ରଥମ ଲରରେ ରାଜ୍ୟ ସରକାର ସରକାରି ମେଡିକାଲରେ ଭିତ୍ତିଭୁମିର ଅଭାବ ଦେଖି ଘରୋଇ ମେଡିକାଲର ସହାୟତା ନେଇଥିଲେ। ଯେଉଁଥିରେ ପ୍ରଚୁର ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ ବିରୋଧୀ ମାସ୍କଠାରୁ ଆରମ୍ଭ କରି ବିଭିନ୍ନ ଆବଶ୍ୟକିୟ ସାରଞ୍ଜାମ କ୍ରୟରେ ଦୁର୍ନତିର ଗନ୍ଧ ବାରିଥିଲେ।

gpkandhamal

ତେବେ କରୋନାର ପ୍ରଥମ ଲହର ପାଖରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟ ସରକାର କେଉଁ ବିବାଗରେ କେତେ ଅର୍ଥ ଖର୍ଚ୍ଚ କଲେଣି ତାହାର ହିସାବ ସିଏଜି (କଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ) ପକ୍ଷରୁ ରାଜ୍ୟ ଅର୍ଥ ବିଭାଗକୁ ମଗାଯାଇଛି । ଚଳିତ ବର୍ଷ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ କେତେ ପରିମାଣର ଅର୍ଥ ବିଭିନ୍ନ ସ୍ଥାନରେ ଗଚ୍ଛିତ ରହିଛି ତାହାର ତଥ୍ୟ ଦେବାକୁ ମଧ୍ୟ କୁହାଯାଇଛି। 

Umasankar Adv

ରାଜ୍ୟ ସିଏଜିଙ୍କ ଏ ସମ୍ପର୍କିତ ଚିଠି ପାଇବା ପରେ ଅର୍ଥ ବିଭାଗ ଯୁଗ୍ନ ସଚିବ ସତ୍ୟପ୍ରିୟ ରଥ ସମସ୍ତ ବିଭାଗ ସଚିବଙ୍କୁ ଚିଠି ଲେଖି କୋଭିଡ ବାବଦରେ ହୋଇଥିବା ଖର୍ଚ୍ଚ ଏବଂ କେତେ ସରକାରୀ ଅର୍ଥ ଗଚ୍ଛିତ ଆଦିର ହିସାବ ଦେବାକୁ କହିଛନ୍ତି। କରୋନା ମହାମରୀ ଆରମ୍ଭରୁ ରାଜ୍ୟ ସରକାର କରୋନାର ମୁକାବିଲା କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଉଥିବା ଦେଖାଯାଇଥିବା ବେଳେ ସରକାର ଏଥିପାଇଁ କେତେ ଅର୍ଥ ବଜେଟରେ ଆକଳନ କରାଯାଇଛି ସେ ନେଇ ସରକାର କୌଣଷି ସୂଚନା ଦେଇ ନାହାନ୍ତି। 

Leave A Reply

Your email address will not be published.