ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ରଖି ଉତ୍ତରାଖଣ୍ଡରେ କାଉଡ଼ିଆ ଯାତ୍ରା ବାତିଲ

ଡେରାଡୁନ : ଉତ୍ତରାଖଣ୍ଡ ସରକାର ମଙ୍ଗଳବାର ଚଳିତବର୍ଷର କାଉଡ଼ିଆ ଯାତ୍ରାକୁ ବାତିଲ କରିଦେଇଛନ୍ତି । ଜାତୀୟ ଗଣମାଧ୍ୟମକୁ ବିଶ୍ୱସ୍ତ ସୂତ୍ର ଅନୁସାରେ ମିଳିଥିବା ସୂଚନା ଅନୁସାରେ କୋଭିଡ-୧୯ ସଂକ୍ରମଣର ସମ୍ଭାବିତ ୩ୟ ଲହରକୁ ଦୃଷ୍ଟିରେ ଏଭଳି ପଦକ୍ଷେପ ନିଆଯାଇଛି । କରୋନା ଭାଇରସ ଯୋଗୁଁ କ୍ରମାଗତ ଭାବେ ୨ୟ ବର୍ଷ ଶିବଭକ୍ତମାନଙ୍କୁ ନିରାଶ ହେବାକୁ ପଡ଼ିଛି ।  ଭାରତୀୟ ଚିକିତ୍ସା ସଂଗଠନ (ଆଇଏମଏ) ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କୁ ଏକ ଚିଠି ଲେଖି କହିଛି ଯେ, ରାଜ୍ୟ ଓ ଦେଶର ଅନ୍ୟ ରାଜ୍ୟରୁ ଆସୁଥିବା କାଉଡ଼ିଆ ଭକ୍ତଙ୍କୁ ବୋଲବମ ଯାତ୍ରା ଉପରେ କଟକଣା ଲଗାନ୍ତୁ ।  କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଓଡ଼ିଶା ସରକାର କାଉଡିଆ ଯାତ୍ରାକୁ ବାତିଲ କରିଛନ୍ତି । ଏ ନେଇ ମଙ୍ଗଳବାର ନିର୍ଦ୍ଦେଶନାମା ଜାରି କରିଛନ୍ତି । ଶିବଭକ୍ତମାନେ କଳସରେ ଜଳ ନେଇ ମନ୍ଦିରକୁ ଯାଇପାରିବେ ନାହିଁ । 

Leave A Reply

Your email address will not be published.