ରାଜ୍ୟରେ ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା

ଭୁବନେଶ୍ୱର :ରାଜ୍ୟରେ ଜାରି ରହିଛି ନିଅଣ୍ଟିଆ ବର୍ଷା । ସଠିକ ସମୟରେ ରାଜ୍ୟକୁ ମୌସୁମୀ ବାୟୁ ପ୍ରବେଶ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସ୍ୱାଭାବିକ ବର୍ଷା ହୋଇ ନାହିଁ । ପାଣିପାଗ ବିଭାଗର ଆକଳନ ଅନୁଯାୟୀ ରାଜ୍ୟର ୧୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଜୁନ ପହିଲାରୁ ଜୁଲା ୧୩ ପର୍ଯ୍ୟନ୍ତ ରାଜ୍ୟରେ ୨୭୩ ମି.ମି ବର୍ଷା ହୋଇଥିବା ବେଳେ ଏହା ସ୍ୱାଭାବିକ ବର୍ଷାଠାରୁ ୨୧ ପ୍ରତିଷତ ବର୍ଷା କମ୍ ହୋଇଛି ।  ତେବେ ସବୁଠୁ କମ୍ ବା ନିଅଣ୍ଟିଆ ବର୍ଷା ହୋଇଛି ଭଦ୍ରକ ଜିଲ୍ଲାରେ ଯାହା ୧୩୧.୧ମି.ମି ଆକଳନ କରାଯାଇଛି । ତେବେ ପାଖାପଖୀ ୧୭ ଜିଲ୍ଲାରେ କମ୍ ନର୍ଷା ହୋଇଥିବା ବେଳେ ୨୦% ରୁ ୫୯% କମ୍ ବର୍ଷା ହୋଇଥିବା ଜିଲ୍ଲା ଗୁଡିକ ହେଉଛି ଯାଜପୁର, ଭଦ୍ରକ , ମୟୂରଭଞ୍ଜ କେନ୍ଦୁଝର , ଅନୁଗୋଳ , ଦେବଗଡ଼ ସମ୍ବଲପୁର , ସୋନପୁର , ଝାରସୁଗୁଡ଼ା ବୌଦ୍ଧ , ବଲାଙ୍ଗୀର , କନ୍ଧମାଳ , କଳାହାଣ୍ଡି ନବରଙ୍ଗପୁର , ଗଞ୍ଜାମ , ଗଜପତି ରାୟଗଡ଼ା । ଏହାବାଦ କେନ୍ଦୁଝର ଗଞ୍ଜାମ , ଯାଜପୁର ଓ ଭଦ୍ରକରେ ଚାରି ଜିଲ୍ଲାରେ ଆସନ୍ତା ୧୫ଦିନ ମଧ୍ୟରେ ଭଲ ବର୍ଷା ନହେଲେ ଚାଷ କାର୍ଯ୍ୟ ଗୁରୁତର ପ୍ରଭାବିତ ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ôଷୁ ସୂଚନା ଦିଆଯାଇଛି । 

Leave A Reply

Your email address will not be published.