ଅକ୍ସିମିଟର-ଥର୍ମୋମିଟର ସହ ଏହି ୫ ଉପକରଣ ହେବ ଶସ୍ତା

ନୂଆଦିଲ୍ଲୀ : ଦେଶରେ କରୋନା ମହାମାରୀର ୨ୟ ଲହର ସମୟରେ ଅକ୍ସିମିଟର ଓ ଡିଜିଟାଲ ଥର୍ମୋମିଟର ଚାହିଦା ବଢ଼ିଛି । ଅନେକ ସ୍ଥାନରେ ଏହି ଡିଭାଇସ କଳାବଜାରୀ ହୋଇଥିବା ଖବର ଆସିଛି । କିନ୍ତୁ ଏବେ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ସାମଗ୍ରୀ କେତେ ଟଙ୍କାରେ ବିକ୍ରି ହେବ ସରକାର ତାହା ନିର୍ଦ୍ଧାରଣ କରିଛନ୍ତି । ଫଳରେ ଅକ୍ସିମିଟର ସମେତ ଅନ୍ୟ ୫ଟି ମେଡିକାଲ ସାମଗ୍ରୀ ବଜାରରେ ଶସ୍ତା ହେବ ।  ଭାରତ ସରକାରଙ୍କ ନ୍ୟାସନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଙ୍ଗ ଅଥରଟି (ଏନପିପିଏ) ପଲ୍ସ ଅକ୍ସିମିଟର, ବ୍ଲଡପ୍ରେଶର ମେସିନ, ଇଫ୍ରାରେଡ ଥର୍ମୋମିଟର, ଗ୍ଳୁକୋମିଟର ଏବଂ ନେବୁଲାଇଜରର ଦର ଉପରେ କ୍ୟାପ ଲଗାଇଛନ୍ତି । ଏବେ ବ୍ୟବସାୟୀମାନେ ଏହି ସବୁ ଜିନିଷ ବିକ୍ରିରେ ଅଧିକ ଲାଭ ରଖିପାରିବେ ନାହିଁ ।  ଏପର୍ଯ୍ୟନ୍ତ ଉପରୋକ୍ତ ଉପକରଣ ଗୁଡ଼ିକ ୩ ପ୍ରତିଶତରୁ ଆରମ୍ଭ କରି ୭୦୯ ପ୍ରତିଶତ ପର୍ଯ୍ୟନ୍ତ ମାର୍ଜିନ ନିଆଯାଉଥିଲା । କିନ୍ତୁ ନୂଆ ଦର ଜୁଲାଇ ୨୦ ପର୍ଯ୍ୟନ୍ତ ଲାଗୁ ହୋଇଯିବ । ଏନପିପିଏ ନିଜର ଆଦେଶରେ କହିଛି ଯେ, କୋଭିଡ ମହାମାରୀ ସମୟରେ ଚିକିତ୍ସା ଉପକରଣକୁ ଶସ୍ତା କରାଯିବା ଲକ୍ଷ୍ୟ ରଖାଯାଇଛି । ଏନ୍‌ପିପିଏ ପକ୍ଷରୁ ଏହି ୫ଟି ଉପକରଣର ଦର ଲାଗିଥିବା କ୍ୟାପର ନିଷ୍ପତ୍ତି ୨୦୨୨ ଜାନୁଆରୀ ୩୧ ପୂର୍ବରୁ ହୋଇଯିବ । ଏହା ବ୍ୟତୀତ ଜୁଲାଇ ୨୦ ପର୍ଯ୍ୟନ୍ତ ଏମଆରପି ପରବର୍ତ୍ତନ କରି ନଥିବା କଂପାନୀ ବିରୋଧରେ କଡ଼ାକାର୍ଯ୍ୟାନୁଷ୍ଠାନ ହେବ । 

Leave A Reply

Your email address will not be published.