ଭିନ୍ନ ଆନ୍ଦାଜରେ ମନ୍ତ୍ରୀ ମାନଙ୍କ ସହ ଅଲୋଚନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର :ସାଧାରଣତ ଏକ ପ୍ରକାର କପଡାରେ ଲୋକଲୋଚନକୁ ଆସୁଥିବା ମୁଖ୍ୟମନ୍ତ୍ରୀ ଗତକାଲି ଅନୌପଚାରିକ ଭାବରେ ଏକ ଭିନ୍ନ ଆନ୍ଦାଜରେ ମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ଏକ ବୈଠକ କରିଛନ୍ତି । ସରକାରଙ୍କ ବର୍ତ୍ତମାନ କାର୍ଯ୍ୟ ଏବଂ ଭବିଷ୍ୟତ ଅଭିମୁଖ୍ୟ କିଭଳି ରହିବା ଆଦି ବିଷୟରେ ଅଲୋଚନା ହୋଇଥିବା ସୂଚନା ମିଳିଛି । ତେବେ ଗତ ସୋମବାର ମଧ୍ୟ ମୁଖ୍ୟମନ୍ତ୍ରୀ କେତେଜଣ ମନ୍ତ୍ରୀ ଓ ବିଧାୟକ ମାନଙ୍କ ସହିତ ଆଲୋଚନା କରିଥିଲେ । ରାଜ୍ୟରେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବା ବେଳେ ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ଭାବରେ ବିଜେପି ଉଭା ହୋଇ ରାଜ୍ୟ ସରକାରଙ୍କୁ ବିଭୀନ୍ନ ଦିଗରୁ ଘେରାଉ କରୁଥିବା ବେଳେ ପଞ୍ଚାୟତ ନିର୍ବାଚନ ରଣନିତି କିପରି ରହିବ ସେ ନେଇ ଆଲୋଚନା ହୋଇଥିବା ଜଣାପଡିଛି । ତେବେ ରଥଯାତ୍ରା ଉପଲକ୍ଷେ ବିଜେଡି ସୁପ୍ରୀମୋ ନବୀନ ଦଳୀୟ ନୁତନ କାର୍ଯ୍ୟାଳୟର ଭୁମିପୁଜନ କରିଥିବା ବେଳେ ରାଜ୍ୟରେ ପାର୍ଟି ଏହାର ଭବିଷ୍ୟତ ନେଇ କିଛି ବଡ ଯୋଜନା କରୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । 

Leave A Reply

Your email address will not be published.