ଏଲ୍‌ଓସିରେ ସେନାର ଯବାନ ମୁତୟନ, ପୁଲୱାମାରେ ଏନ୍‌କାଉଣ୍ଟର

ଶ୍ରୀନଗର : ଜମ୍ମୁ କଶ୍ମୀରରେ ଆତଙ୍କବାଦୀମାନେ ସକ୍ରିୟ ହୋଇଉଠିଛନ୍ତି । ଭାରତ ସୀମାକୁ ଅନାଧିକାର ପ୍ରବେଶ କରୁଛନ୍ତି । କଡ଼ା ସୁରକ୍ଷା ବ୍ୟବସ୍ଥା ଥିଲେ ମଧ୍ୟ ଯେକୌଣସି ପ୍ରକାରରେ ଆତଙ୍କବାଦୀମାନେ ଭାରତ ସୀମାକୁ ପ୍ରବେଶ କରୁଥିବା ଦୃଷ୍ଟିଗୋଚର ହେଉଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ନିୟନ୍ତ୍ରଣ ରେଖା ନିକଟରେ ଅନେକ ସମୟରେ ପାକିସ୍ତାନୀ ସେନା ଦ୍ୱାରା ଅସ୍ତ୍ରବିରତି ଉଲ୍ଲଂଘନ ହେଉଛି । ଭାରତୀୟ ସେନାର ଯବାନମାନେ ଏହାର କଡ଼ାଜବାବ ଦେଉଥିଲେ ମଧ୍ୟ ପାକିସ୍ତାନର ପ୍ରକୃତିରେ ପରିବର୍ତ୍ତନ ଆସୁନାହିଁ । ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ସେନାର ଯବାନମାନେ ମୁତୟନ ଅଛନ୍ତି । ଆଜି ଭୋର ସକାଳୁ ପୁଲୱାମା ସହରରେ ଏକ ଏନକାଉଣ୍ଟର ହୋଇଛି । ସହରର ଏକ ନିଦ୍ଦିଷ୍ଟ ସ୍ଥାନରେ ଆତଙ୍କବାଦୀମାନେ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ ସେନାର ଯବାନମାନେ ଅତର୍କିତ ଭାବେ ଘଟଣାସ୍ଥଳକୁ ପହଂଚିଥିଲେ । ରିପୋର୍ଟ ଲେଖାଯିବା ବେଳକୁ ସେନାର ସର୍ଚ୍ଚ ଅପରେଶନ ଜାରି ରହିଛି । 

Leave A Reply

Your email address will not be published.