ଶେଷ ଦିନିକିଆରେ ଇଂଲଣ୍ଡଠୁ ହାରିଲା ପାକିସ୍ତାନ

ଲଣ୍ଡନ : ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୩ ମ୍ୟାଚର ଶୃଙ୍ଖଳା ମଙ୍ଗଳବାର ଶେଷ ହୋଇଛି । ଏହି ଶୃଙ୍ଖଳାରେ ଇଂଲଣ୍ଡ ନିଜର ଶକ୍ତି ପ୍ରଦର୍ଶନ କରିଛି । ପାକିସ୍ତାନକୁ ବ୍ରିଟିଶ ଟିମ୍ ୩-୦ରେ ପରାସ୍ତ କରିଛି । ସବୁଠାର ବଡ଼ କଥା ହେଲା ପାକିସ୍ତାନୀ ଖେଳାଳି ବାବର ଆଜମଙ୍କ ଶତକ ମଧ୍ୟ ଇଂଲଣ୍ଡର ବିଜୟଧାରାକୁ ଅଟକାଇପାରି ନାହିଁ ।  ଶୃଙ୍ଖଳାର ତୃତୀୟ ତଥା ଅନ୍ତିମ ଦିନିକିଆରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିଥିଲା । ଦଳ ୫୦ ଓଭରରେ ୯ଟି ୱିକେଟ ହରାଇ ୩୩୧ ରନ୍ ସଂଗ୍ରହ କରିଥିଲା । ଜବାବରେ ୩୩୨ ରନ୍‌ର ଲକ୍ଷ୍ୟ ନେଇ ୨ୟ ପାଳିରେ ବ୍ୟାଟିଂ କରିଥିବା ଇଂଲଣ୍ଡ ୪୮ ଓଭରରେ ୭ଟି ୱିକେଟ ହରାଇ ଏହା ପୂରଣ କରିଥିଲା । ଅନ୍ତିମ ଦିନିକିଆରେ ପାକିସ୍ତାନକୁ ୩ ୱିକେଟରେ ପରାସ୍ତ କରିବା ସହିତ ଶୃଙ୍ଖଳାକୁ ମୂଳପୋଛ କରିଥିଲା । ପାକିସ୍ତାନୀ ଅଧିନାୟକ ବାବର ଆଜମ (୧୫୮ ରନ୍‌)ଙ୍କ ଶତକୀୟ ଇନିଂସ ଦଳ ପାଇଁ କୌଣସି କାମକୁ ଆସିନଥିଲା । 

Leave A Reply

Your email address will not be published.