ରାଜସ୍ଥାନରେ କରୋନା ଭାଇରସ୍‌ର ‘କପ୍ପା’ ଭ୍ୟାରିଆଣ୍ଟ

ଜୟପୁର : ରାଜସ୍ଥାନରେ କରୋନା ଭାଇରସର ‘କପ୍ପା’ ଭ୍ୟାରିଆଣ୍ଟ ଚିହ୍ନଟ ହୋଇଛି । ରାଜ୍ୟରେ ୧୧ ଜଣ ଲୋକ ଏହି ପ୍ରାରୂପରେ ସଂକ୍ରମିତ ହୋଇଥିବା ଜଣାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ରଘୁ ଶର୍ମା ମଙ୍ଗଳବାର କହିଛନ୍ତି, କରୋନା ଭାଇରସର କପ୍ପା ଭ୍ୟାରିଆଣ୍ଟର ୧୧ ଜଣ ରୋଗୀଙ୍କ ମଧ୍ୟରୁ ଜୟପୁର ଓ ଅଲୱରରେ ୪ ଜଣ ଲେଖାଏଁ, ବାଡ଼ମେରରୁ ୨ ଜଣ ଓ ଜଣେ ଭୀଲୱାରାରୁ ଚିହ୍ନଟ ହୋଇଛନ୍ତି । ସେ କହିଛନ୍ତି ଯେ, ଜୀନୋମ ଅନୁକ୍ରମଣ ପରେ ଏହି ମାମଲା ସ୍ପଷ୍ଟ ହୋଇଛି ।  ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ଶର୍ମା କହିଛନ୍ତି ଯେ, କପ୍ପା ସ୍ୱରୂପ ଡେଲ୍ଟା ସ୍ୱରୂପ ତୁଳନାରେ କମ ମାରାତ୍ମକ । ରାଜସ୍ଥାନରେ ମଙ୍ଗଳବାର କରୋନା ଭାଇରସରେ ୨୮ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ରାଜ୍ୟରେ ଏବେ ୬୧୩ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି । ୨ ମାସ ପୂର୍ବରୁ ରାଜ୍ୟରେ କାୟା ବିସ୍ତାର କରିଥିବା କରୋନା ଏବେ ନିୟନ୍ତ୍ରଣକୁ ଆସିଛି । ମଙ୍ଗଳବାର ରାଜ୍ୟର କେବଳ ୮ଟି ଜିଲ୍ଲାରେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । 

Leave A Reply

Your email address will not be published.