ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଉ ୨ ଗିରଫ

fulbani poura parisada

ଜଳେଶ୍ୱର : ’ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍‌ ସ୍କାମ୍‌ରେ ଆଜି ଆଉ ଦୁଇ ଜଣଙ୍କୁ ବାନ୍ଧିଛି ସିବିଆଇ। ଏହି ଦୁଇ ଜଣ ହେଲେ ‘ଗ୍ରୀନ୍‌ ରେ’ର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନଙ୍କ ଦୁଇ ଭାଇ ମୀର ଜମୀର ଓ ମୀର ସୈମତ। ସିବିଆଇ ଡିଏସ୍‌ପି ଅଶୋକ କୁମାରଙ୍କ ନେତୃତ୍ୱରେ ଏକ ଛଅ ଜଣିଆ ଟିମ୍ ଜଳେଶ୍ୱରର ସେକବାଡ଼ ଅଞ୍ଚଳରେ ଚଢ଼ାଉ କରି ଏହି ଦୁଇ ଭାଇଙ୍କୁ ଗିରଫ କରିଛି। ଜଳେଶ୍ୱର ପୁଲିସ୍ ସହାୟତାରେ ସିବିଆଇ ଟିମ୍ ସେମାନଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ନେଇ ଯାଇଛନ୍ତି। ଏହା ପୂର୍ବରୁ ୨୦୧୭ରେ ଫେବ୍ରୁଆରୀ ୪ ତାରିଖରେ ‘ଗ୍ରୀନ୍‌ ରେ’ର ମୁଖ୍ୟ ପରିଚାଳକ ମୀର ସହିରୁଦ୍ଦିନଙ୍କୁ ଗିରଫ କରିଥିଲା ସିବିଆଇ। ତାଙ୍କୁ କୋଲକାତା ବିମାନବନ୍ଦରରୁ ଗିରଫ କରାଯାଇଥିଲା। ‘ଗ୍ରୀନ୍‌ ରେ’ ଚିଟ୍‌ଫଣ୍ଡ୍ ସଂସ୍ଥା ସାରା ଦେଶରୁ ଲୋକଙ୍କ ଠାରୁ ୨୦୦୦ କୋଟି ଲୁଟିଥିବା ବେଳେ ଓଡ଼ିଶାରୁ ୫୦୦ କୋଟିରୁ ଅଧିକ ଟଙ୍କା ଲୁଟି ଥିବା ଅଭିଯୋଗ ହୋଇଛି।

057 code kasam
Leave A Reply

Your email address will not be published.