ରଥ ଚକରେ ଫାଟ

fulbani poura parisada

ପୁରୀ : ରଥରେ ଫାଟ । ପୁରୀରେ ତିନି ଠାକୁରଙ୍କ ଦକ୍ଷିଣ ମୋଡ଼ ପୂର୍ବରୁ ରଥ ଯାଞ୍ଚ ବେଳେ ଫାଟ ଥିବା ଜଣାପଡ଼ିଛି  । ତାଳଧ୍ୱଜ ଓ ଦର୍ପଦଳନ ରଥର ବ୍ରେକ୍ ଚକରେ ସାମାନ୍ୟ ଫାଟ ଥିବା ଜଣାପଡ଼ିଛି । ସେହିପରି  ନନ୍ଦିଘୋଷ ରଥର ପ୍ରଭାରେ ମଧ୍ୟ ସାମାନ୍ୟ ଫାଟ ସୃଷ୍ଟି ହୋଇଛି । ଦକ୍ଷିଣ ମୋଡ଼ ପୂର୍ବରୁ ରଥକୁ ନିୟମିତ ଯାଞ୍ଚ ବେଳେ ତିନି ରଥରେ ଫାଟ ଥିବା ଜଣାପଡ଼ିଛି ।  ବିଶେଷଜ୍ଞ ଟିମ୍ ପହଞ୍ଚି ରଥ  ମରାମତି କରୁଛନ୍ତି । ଫାଟକୁ ସଜଡ଼ା ଯିବା ପରେ ରଥକୁ ଦକ୍ଷିଣ ମୋଡ଼ କରିବାକୁ ପ୍ରକ୍ରିୟା ଆରମ୍ଭ ହେବ । ଏନେଇ ବରିଷ୍ଠ ତତ୍ତ୍ୱାବଧାରକ କହିଛନ୍ତି ରଥ ଚକରେ ଥିବା ଫାଟକୁ ମରାମତି କରାଯାଉଛି।  ସବୁ ଚକ ତନଖି କରାଯିବ। ଦେବୀ ସୁଭଦ୍ରାଙ୍କ ରଥରେ ସାମାନ୍ୟ ତ୍ରୁଟି ରହିଛି। ଦରକାର ପଡ଼ିଲେ ଆବଶ୍ୟକ ପଦକ୍ଷେପ ନିଆଯିବ। ଦକ୍ଷିଣ ମୋଡ଼ ପରେ ଆଉ ଥରେ ମଧ୍ୟ ଯାଞ୍ଚ ହେବ।

057 code kasam
Leave A Reply

Your email address will not be published.