ଘରୁ ମିଳିଲା ଦମ୍ପତିଙ୍କ ଝୁଲନ୍ତା ମୃତଦେହ

fulbani poura parisada

ଯାଜପୁର : ବର୍ଷେ ତଳେ ବାହା ହୋଇଥିଲେ। ଆଜି ସକାଳେ ଘର ଭିତରୁ ମିଳିଲା ସେମାନଙ୍କ ଝୁଲନ୍ତା ମୃତଦେହ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ପ୍ରୀତିପୁର ପଞ୍ଚାୟତର ସୁନ୍ଦରପୁର ଗାଁରେ। ମୃତ ଦମ୍ପତି ହେଲେ ଦୀପକ କୁମାର ନାଥ ଓ ପୂଜାରାଣୀ ନାୟକ। ପରିବାର ଲୋକଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତିରେ ସେମାନେ (ଦୀପକ ଓ ପୂଜାରାଣୀ) ଖାଇପିଇ ଶୋଇଥିଲେ। କିନ୍ତୁ ଆଜି ସକାଳେ ଉଠି ନଥିଲେ। ଭିତର ପଟୁ ସେମାନଙ୍କ ରୁମ୍ ବନ୍ଦ ଥିଲା। କବାଟ ବାଡ଼େଇଲେ ମଧ୍ୟ ଭିତରୁ କିଛି ପ୍ରତିକ୍ରିୟା ମିଳି ନଥିଲା। ଏହା ପରେ ଝରକା ଫାଙ୍କ ଦେଇ ସେମାନେ ଫ୍ୟାନ୍‌ରେ ଝୁଲି ରହିଥିବା ଦେଖିବାକୁ ମିଳିଥିଲା। ଏହା ଦେଖି ପରିବାର ଲୋକେ ପୁଲିସ୍‌କୁ ଖବର ଦେଇଥିଲେ।

057 code kasam
Leave A Reply

Your email address will not be published.