ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୧୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨୧୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୮୯୭ଟି ଲୋକାଲ୍ କେସ୍। ସେହିପରି ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ସୂଚନା ପ୍ରଦାନ କରିଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୬୧କୁ ବୃଦ୍ଧି ପାଇଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୫୮ ଜଣ ଥିବା ବେଳେ କଟକରୁ ୩୨୩, ବାଲେଶ୍ୱରରୁ ୧୬୮, କେନ୍ଦ୍ରାପଡ଼ାରୁ ୧୩୨, ପୁରୀରୁ ୧୧୩, ମୟୂରଭଞ୍ଜରୁ ୯୯ ଓ ଯାଜପୁର ଜିଲ୍ଲାରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି। ଅନୁଗୋଳ ଜିଲ୍ଲାରୁ ୪୬ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୪, ଭଦ୍ରକରୁ ୭୯, ବଲାଙ୍ଗିରରୁ ୧୩, ବୌଦ୍ଧରୁ ୧୬, ଦେବଗଡ଼ରୁ ୫, ଢେଙ୍କାନାଳରୁ ୩୫, ଗଜପତିରୁ ୧୧, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୬୭, ଝାରସୁଗୁଡ଼ାରୁ ୧୦, କଳାହାଣ୍ଡିରୁ ୭, କନ୍ଧମାଳରୁ ୧୨, କେନ୍ଦୁଝରରୁ ୬୬, କୋରାପୁଟରୁ ୧୯, ମାଲକାନଗିରିରୁ ୨୨, ନବରଙ୍ଗପୁରରୁ ୧୦, ନୟାଗଡ଼ରୁ ୭୪, ନୂଆପଡ଼ାରୁ ୨, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୯, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୬୨ ଓ ଷ୍ଟେଟ୍ ପୁଲ୍ରୁ ୮୭ ଜଣ ଚିହ୍ନଟ ହୋଇଛନ୍ତି।