ପୁରୀ : ବିଶ୍ବପ୍ରସିଦ୍ଧ ରଥଯାତ୍ରା ପାଇଁ ଜୋରସୋରରେ ଚାଲିଛି ରଥନିର୍ମାଣ କାର୍ଯ୍ୟ । ୩ ରଥର ୩୬ଟି ଚକ ନିର୍ମାଣ ଶେଷ ହୋଇଛି । ଏହାସହ ୧୪ ନାହାକ ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି । ଚକ ତୁମ୍ବରେ ସିଙ୍ଗଡା ବାଡିଆ ଶେଷ ହୋଇ ସିଙ୍ଗଡା କଟା ପରେ ଅର ମୁଖସାଲ ଶେଷ ହୋଇଛି । ଏହାସହ ପଇବିନ୍ଧ କାର୍ଯ୍ୟ ବି ଶେଷ ପର୍ଯ୍ୟାୟରେ ପହଂଚିଛି। ଆସନ୍ତାକାଲି ପଇ ସଂଯୋଗ ସହ ପଇ କଳସା କାର୍ଯ୍ୟ ହେବ । ସେହିପରି ୩ ରଥର ୧୨ଟି ଲେଖାଏଁ ଭୂଇଁ ଚଉତାର ଚଉପଟ କାର୍ଯ୍ୟ ସରିଛି । ବିନ୍ଧ ଅନୁକୂଳ ହୋଇ ବିନ୍ଧ କାର୍ଯ୍ୟ ପାଇଁ ଚଉତାରେ ମାପ ଚିହ୍ନ ଦିଆ ଶେଷ ହୋଇଛି । ୩ ରଥର ଚଉଦ ନାହାକ ନିର୍ମାଣ କାର୍ଯ୍ୟ ପାଇଁ ରଥ ଅମୀନ ଯୋଗାଇଥିବା ୪ଟି ଲେଖାଏଁ ୨୦ ଫୁଟିଆ କାଠ ଫାଳିର ଚଉପଟ କାର୍ଯ୍ୟ ଆରମ୍ଭ ହୋଇଛି ।
