ସମ୍ବଲପୁର ଚିଡ଼ିଆଖାନାରେ ୪ କିମି ରାସ୍ତା ଚାଲିଲେ କେନ୍ଦ୍ରମନ୍ତ୍ରୀ, ପଶୁପକ୍ଷୀମାନେ କିପରି ରହୁଛନ୍ତି ସେନେଇ କଲେ ସମୀକ୍ଷା
ସମ୍ବଲପୁର: ଓଡ଼ିଶାର ଦ୍ବିତୀୟ ନନ୍ଦନକାନନ ହେବ ସମ୍ବଲପୁର ZOO । ଚିଡ଼ିଆଖାନା ବୁଲିଲେ କେନ୍ଦ୍ରମନ୍ତ୍ରୀ । ସକାଳୁ ସକାଳୁ ସମ୍ବଲପୁର ଚିଡ଼ିଆଖାନାକୁ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରାୟ ୪ କିମି ରାସ୍ତା ଚାଲି ଚାଲି ପଶୁପକ୍ଷୀମାନେ କିପରି ରହୁଛନ୍ତି ଏବଂ ତାଙ୍କୁ କିପରି ରଖାଯାଉଛି ସେନେଇ ସମୀକ୍ଷା କରିଥିଲେ । ପ୍ରତ୍ୟେକ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଥିବା ଜାଣି ଖୁସି ବ୍ୟକ୍ତ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ସମ୍ବଲପୁର ଚିଡିଆଖାନା ପୁରା ପଶ୍ଚିମ ଓଡ଼ିଶାର ଏକ ମାତ୍ର ଚିଡିଆଖାନା । ଚିଡିଆଖାନାରେ ଆହୁରି ଗଛ ଲଗାଇବା ସହ ଏହାର ଅଧିକ ବିକାଶ ପାଇଁ ବନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଓଡ଼ିଶାର ଦ୍ବିତୀୟ ନନ୍ଦନକାନନ ହେବାକୁ ଥିବା ସମ୍ବଲପୁର ZOOକୁ ପ୍ରତ୍ୟେକ ଦିନ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଅନେକ ପର୍ଯ୍ୟଟକ ଆସିଥାନ୍ତି । ତେବେ ପଶୁ ପକ୍ଷୀ ଖରାରେ ରହିବା କଷ୍ଟ ହେଉଥିବାରୁ ସେମାନେ ଯେଉଁ ପରିବେଶରେ ରହୁଛନ୍ତି ତାକୁ ଥଣ୍ଡା ରଖିବା ପାଇଁ ଚେଷ୍ଟା କରାଯାଉଛି ।
