କରୋନା ନିୟମରେ ଢିଲା ନଦେବାକୁ ରାଜ୍ୟ ଗୁଡ଼ିକୁ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ଲହର ଦୁର୍ବଳ ହୋଇଛି। ଏହାର ଅର୍ଥ ନୁହେଁ କୋଭିଡ ସଂକ୍ରମଣ ପଳାଇଛି। ଦୁର୍ବଳ ହୋଇଥିବାରୁ ଅନେକ ସ୍ଥାନରେ କରୋନା ନିୟମରେ କୋହଳ କରାଯାଇଛି। ଆଉ ଏହାର ଦୂରୁପଯୋଗ ହେଉଛି ବୋଲି କେନ୍ଦ୍ର ଗୃହ ସଚିବ ଅଜୟ ଭାଲା କହିଛନ୍ତି। ଏ ନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ନିୟମ କଡ଼ାକଡି କରିବାକୁ କହିଛନ୍ତି। ଏଥିସହ ସତର୍କ ରହିବାକୁ କହିଛନ୍ତି। ଗହଳି ବଢ଼ିବା କାରଣରୁ କିଛି ରାଜ୍ୟରେ କରୋନାର ଆର-ଫ୍ୟାକ୍ଟର ବଢ଼ିଛି।  ଆର-ଫ୍ୟାକ୍ଟର କହିଲେ କରୋନାର ରିପ୍ରଡକ୍ସନ ନମ୍ବର ବା ବଂଶବୃଦ୍ଧି ହାରକୁ ବୁଝାଇଥାଏ। କିଛି ରାଜ୍ୟରେ କରୋନା ସତର୍କତାର ଖୋଲାଖୋଲି ଉଲ୍ଲଂଘନ ହେବା ଫଳରେ ଏହି ଆର-ଫ୍ୟାକ୍ଟର ବଢ଼ିଛି ବୋଲି ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ସତର୍କ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା। ମୁଖ୍ୟତଃ ପବ୍ଲିକ୍ ଟ୍ରାନ୍ସପୋର୍ଟ, ହିଲ୍ ଷ୍ଟେସନ୍ ଓ ହାଟବଜାରରେ ଏହା ଦେଖିବାକୁ ମିଳୁଛି  ଫଳରେ କିଛି ରାଜ୍ୟରେ ଆର-ଫ୍ୟାକ୍ଟର ବଢ଼ିବା ଚିନ୍ତାଜନକ ବିଷୟ ଆର-ଫ୍ୟାକ୍ଟର ୧ ଉପରକୁ ଗଲେ, ଏହା କୋଭିଡ୍ ସଂକ୍ରମଣ ବ୍ୟାପିବାକୁ ସୂଚାଇଥାଏ। ତେଣୁ ଦୋକାନ, ମଲ୍, ମାର୍କେଟ୍, ସାପ୍ତାହିକ ହାଟ, ମଣ୍ଡି, ରେସ୍ତୋରାଁ ଓ ରେଳ ଷ୍ଟେସନ୍ ସହ ଭିଡ଼ ଜମୁଥିବା ସମସ୍ତ ସ୍ଥାନରେ କୋଭିଡ୍ ଗାଇଡ୍ଲାଇନ କଡ଼ାକଡ଼ି ଉପରେ ସେ ଗୁରୁତ୍ୱ ଦେଇଛନ୍ତି। ଏପରିକି ଭିଡ଼ ନିୟନ୍ତ୍ରଣରେ ବିଫଳ ହେଲେ ଯେଉଁ ଅଧିକାରୀ ଦାୟିତ୍ୱରେ ଥିବେ ତାଙ୍କୁ ବ୍ୟକ୍ତିଗତ ଭାବେ ଏଥିପାଇଁ ଦାୟୀ କରାଯିବାକୁ ଦର୍ଶାଯାଇଛି।

Leave A Reply

Your email address will not be published.