ଭାରତ ସରକାର ଟ୍ୱିଟର ଆକାଉଣ୍ଟ ବାବଦରେ ସର୍ବାଧିକ ସୂଚନା ମାଗିଛନ୍ତି

ନୂଆଦିଲ୍ଲୀ: ଭାରତରେ ନୂଆ ଆଇଟି ଆକ୍ଟ ଅନୁଯାୟୀ ଟ୍ୱିଟର ଓ କେନ୍ଦ୍ର ମଧ୍ୟରେ ବିବାଦ ରହିଛି। ଏହାରି ଭିତରେ ଟ୍ୱିଟର ଟ୍ରାନସପାରେନ୍ସି ରିପୋର୍ଟ ଜାରି କରିଛି। ଏହି ରିପୋର୍ଟ ଅନୁଯାୟୀ ଭାରତ ସରକାର ସର୍ବାଧିକ ଥର ଟ୍ୱିଟରକୁ ଟ୍ୱିଟର ୟୁଜର ବା ଆକାଉଣ୍ଟ ବାବଦରେ ଅଧିକ ସୂଚନା ଦେବାକୁ ନିବେଦନ କରିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ବୁଧବାର ଏହାର ଟ୍ରାନସପାରେନ୍ସ ରିପୋର୍ଟରେ ଏହା କହିଛି। ଏହିପରି ସୂଚନା ଦେବା ପାଇଁ କମ୍ପାନୀ ବର୍ଷକୁ ଦୁଇଥର ରିପୋର୍ଟ ପ୍ରକାଶ କରିଥାଏ। ଏବେ ଟ୍ଵିଟର ଡିସେମ୍ଵରରୁ ଜୁଲାଇର ରିପୋର୍ଟ ଜାରି କରିଛି। ତେବେ ସମଗ୍ର ବିଶ୍ୱରେ ଟ୍ଵିଟର ଆକାଉଣ୍ଟ ବାବଦରେ ଅଧିକ ସୂଚନା ପାଇଁ ଅନେକ ଦେଶ ଟ୍ଵିଟରକୁ ନିବେଦନ କରିଛନ୍ତି। ସେଥିମଧ୍ୟରେ ଭାରତର କେବଳ ୨୫ ପ୍ରତିଶତ ରହିଛି। ଟ୍ୱିଟର କହିଛି ଯେ କଣ୍ଟେଣ୍ଟ ବା ପୋଷ୍ଟ ହଟାଇବାକୁ ଯେଉଁସବୁ ଅନୁରୋଧ ଆସିଛି ସେଥିମଧ୍ୟରୁ ଜାପାନରୁ ସର୍ବାଧିକ ଅନୁରୋଧ କରିଥିବା ବେଳେ ଦ୍ୱିତୀୟରେ ଭାରତ ରହିଛି।

Leave A Reply

Your email address will not be published.