ବଦଳିବେକି କର୍ଣ୍ଣାଟକ ମୂଖ୍ୟମନ୍ତ୍ରୀ । ୟେଦୁୟେରପ୍ପା ଇସ୍ତଫା ନେଇ ଜୋର ଧରିଲା ଚର୍ଚ୍ଚା

ଓଡ଼ିଶା ସମାଚାର (ମିନତୀ ବଳ) : ଉତ୍ତରାଖଣ୍ଡ ପରେ ଏବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ଜୋର ଧରିଛି । ଗତକାଲି ଦିଲ୍ଲୀ ଗସ୍ତରେ ଥିବା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଆଜି ବୈଠକ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡାଙ୍କୁ ଭେଟିଛନ୍ତି । ଏହା ପୂର୍ବରୁ ସେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ବି ବୈଠକ କରିଛନ୍ତି । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଖୁବଶୀଘ୍ର ସେ ତାଙ୍କ ପଦରୁ ଇସ୍ତଫା ଦେଇ ପାରନ୍ତି । ବୟସାଧିକ ଓ ଅସୁସ୍ଥତା କାରଣରୁ ସେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଉଥିବା କଥା ଆଲୋଚନା ହେଉଛି । ହେଲେ ୟେଦୁୟେରପ୍ପା ଏକଥାକୁ ଖଣ୍ଡନ କରିଛନ୍ତି । ଶୁକ୍ରବାର ଦିନ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ସେ ଅସୁସ୍ଥତା ଓ ବୟସ ବାବଦରେ ଆଲୋଚନା କରିଥିବା କଥା କୁହାଯାଇଛି ।

Leave A Reply

Your email address will not be published.