ପରୀକ୍ଷା ଓ ଶିକ୍ଷାବର୍ଷ ପାଠପଢ଼ା ନେଇ ୟୁଜିସି ପକ୍ଷରୁ ଗାଇଡଲାଇନ ଜାରି : ୨୦୨୧–୨୨ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ହେବ ନାମଲେଖା

ଓଡ଼ିଶା ସମାଚାର (ମିନତୀ ବଳ) : ଉଚ୍ଚ ଶିକ୍ଷାନୁଷ୍ଠାନ ପାଇଁ ଗାଇଡଲାଇନ ଜାରି କରିଛି ୟୁଜିସି । ବର୍ତ୍ତମାନର ଶିକ୍ଷାବର୍ଷ ଓ ଆଗାମୀ ଶିକ୍ଷାବର୍ଷ ପାଇଁ ବିସ୍ତୃତ ସୂଚୀ ଜାରି କରାଯାଇଛି । ୨୦୨୧-୨୨ ଶିକ୍ଷାବର୍ଷ ପାଇଁ ସେପ୍ଟେମ୍ବର ୩୦ ସୁଦ୍ଧା ନାମଲେଖା ଶେଷ କରିବାକୁ କୁହାଯାଇଛି । ସେହିପରି ଆଗାମୀ ଶିକ୍ଷାବର୍ଷ ପାଇଁ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବ ପାଠପଢା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଦ୍ଧା ସିବିଏସଇ, ଆଇସିଏସଇ ଏବଂ ଅନ୍ୟ ରାଜ୍ୟ ବୋର୍ଡଗୁଡିକ ଦ୍ୱାରା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ କରି ଅଗଷ୍ଟ ୩୧ ସୁଦ୍ଧା ସମସ୍ତ ଶେଷବର୍ଷ ପରୀକ୍ଷା ସାରିବାକୁ କୁହାଯାଇଛି । ତେଣୁ ଏହାପରେ ଅର୍ଥାତ ଅଗଷ୍ଟ ୧ରୁ କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ପ୍ରବେଶିକା ପରୀକ୍ଷା କରାଯିବ । ୩୧ ଅକ୍ଟୋବର ସୁଦ୍ଧା ଖାଲି ସିଟ୍ ପୂରଣ କରି ୩୧ ଡିସେମ୍ବର ମଧ୍ୟରେ ସମସ୍ତ କାଗଜପତ୍ର କାମ ସାରିବେ କଲେଜ ଓ ବିଶ୍ୱବିଦ୍ୟାଳୟ । ତେବେ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶରେ ବିଳମ୍ବ ହେଲେ ଅକ୍ଟୋବର ୧୮ ସୁଦ୍ଧା ନୂଆ ଶିକ୍ଷାବର୍ଷ ଆରମ୍ଭ କରିବେ ଉଚ୍ଚଶିକ୍ଷାନୁଷ୍ଠାନ ।

Leave A Reply

Your email address will not be published.