ଇଂଲଣ୍ଡରେ କରୋନା କଟକଣା ଉଠିଲା

ଇଂଲଣ୍ଡ, ଜୁଲାଇ ୧୯ : ଭାରତରେ କରୋନା ଭାଇରସ ଉପର-ତଳ ହେଉଛି । କେତେବେଳେ ବଢୁଛି ତ କେତେବେଳେ ହ୍ରାସ ପାଉଛି । ଏହାରି ମଧ୍ୟରେ ଇଂଲଣ୍ଡରେ କରୋନା କଟକଣାକୁ ସଂପୂର୍ଣ୍ଣ ରୂପେ ହଟାଇ ଦିଆଯାଇଛି । ମାତ୍ର କୌଣସି କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ୍‌, ଅର୍ଥମନ୍ତ୍ରୀ ଋଷି ସୁନକ ରବିବାର ସଂଗରୋଧରେ ଅଛନ୍ତି । କରୋନା ଭାଇରସର ଡେଲ୍‌ଟା ପ୍ରାରୁପ ଲାଗି ଚିନ୍ତା ବଢ଼ିଛି । ଇଂଲଣ୍ଡରେ କରୋନା ଭାଇରସ ଉପରେ ଲାଗିଥିବା କଟକଣା ହଟିଯିବା ପରେ ଲୋକେ ବାହାରେ ବୁଲୁଥିବା ଦେଖାଯାଉଛି । ଲଂଣ୍ଡନର ଏକ ନାଇଟ କ୍ଲବରେ ପ୍ରବେଶ କରିବା ପାଇଁ ଲୋକଙ୍କର ପ୍ରବଳ ଭିଡ ହୋଇଛି । ସୂଚନାଯୋଗ୍ୟ, ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮ ହଜାର ୧୬୧ ଜଣ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ହଜାର ୮ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଏପର୍ଯ୍ୟନ୍ତ ମୋଟ ୫୪ ଲକ୍ଷ ୩୩ ହଜାର ୯୩୯ ଜଣ ଲୋକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମୋଟ ୧ ଲକ୍ଷ ୨୮ ହଜାର ୭୦୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୩ ଲକ୍ଷ ୯୬ ହଜାର ୯୫୦ ଜଣ ସୁସ୍ଥ ହୋଇଛନ୍ତି । ମୋଟ ୯ ଲକ୍ଷ ୮ ହଜାର ୨୮୧ ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୫୫୧ ଜଣ ଆକ୍ରାନ୍ତ ଗୁରୁତର ଅଛନ୍ତି । 

Leave A Reply

Your email address will not be published.