ଟୋକିଓ ଅଲିମ୍ପିକ୍ସ: ନିଜର ଜାତୀୟ ପତାକା ଉଡ଼ାଇପାରିବେନି ଖେଳାଳି

ଟୋକିଓ, ଜୁଲାଇ ୧୯ : ତିନି ଦିନ ପରେ ଜାପାନର ରାଜଧାନୀ ଟୋକିଓରେ ଆରମ୍ଭ ହୋଇଯିବ ଅଲିମ୍ପିକ୍ସ-୨୦୨୦ । କ୍ରୀଡ଼ାର ମହାକୁମ୍ଭ କୁହାଯାଉଥିବା ଅଲିମ୍ପିକରେ ଅଂଶଗ୍ରହଣ କରିବା ପ୍ରତ୍ୟେକ ଖେଳାଳିଙ୍କର ସ୍ୱପ୍ନ ଥାଏ । ଚଳିତ ଅଲିମ୍ପିକ୍ସ ଅଗଷ୍ଟ  ୮ତାରିଖ ଯାଏଁ ଚାଲିବ । ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପଂଚିଛି । କିନ୍ତୁ ଟୋକିଓ ଅଲିମ୍ପିକ୍ସରେ ରୁଷିଆ ଅନ୍ୟ ଏକ ଇତିହାସ ରଚିଛି । ପରୁସ୍କାର ବିତରଣ ସମାରୋହରେ ଋଷିଆର ଜାତୀୟ ପତାକା ଦେଖାଯିବ ନାହିଁ । କିନ୍ତୁ ଖେଳାଳିଙ୍କ ପୋଷାକରେ ଜାତୀୟ ରଂଗ ବ୍ୟବହାର ହୋଇପାରେ ।  ଋଷିଆ ଟିମ ଉପରେ ପୁରୁଣା ଏବଂ ନୂଆ ଡୋପିଂ ମାମଲା ରହିଛି । ପୁରୁଣା ମାମଲାକୁ ନେଇ ଟୋକିଓ ଅଲିମ୍ପିକ୍ସର ଟିମରେ ସାମିଲ ୨ ଜଣ ସନ୍ତରକଙ୍କୁ ନିଲମ୍ବନ କରାଯାଇଛି । ଅନ୍ୟ ୨ ଜଣ ଖେଳାଳି ଗତମାସ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥର ଟିମ ଋଷିଆ ଏବଂ ‘ଅଲିମ୍ପିକ୍ସ ଆଥଲେଟ ଅଫ୍ ଋଷିଆ’ ଭାବରେ ପଡ଼ିଆକୁ ଓହ୍ଲାଇପାରିବ ନାହିଁ । ଟିମ ଏଥର ଋଷିଆ ଅଲିମ୍ପିକ୍ସ ସମିତି ଭାବେ ଓହ୍ଲାଇବ । 

Leave A Reply

Your email address will not be published.