ମୁହଁ ଖୋଲିଲେ ବିଦ୍ୟା ଭାରତୀ

ମୟୁରଭଞ୍ଜ,  ଜୁଲାଇ ୨୦ : ଚର୍ଚ୍ଚିତ ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାର ମୁହଁ ଖୋଲିଲେ ବିଦ୍ୟା ଭାରତୀ ।ସୌମ୍ୟଙ୍କ ମାମୁଁ ଏବଂ ପରିବାର ତାଙ୍କ ବିରୋଧରେ ଲଗାଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହିତ ସୌମ୍ୟଙ୍କର ଅନ୍ୟ ଝିଅଙ୍କ ସହ ସମ୍ପର୍କ ଥିବା ପାଲଟା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କର ଅନ୍ୟ ଝିଅଙ୍କ ସହିତ ସମ୍ପର୍କ ଥିଲା ଏବଂ ସେ ନିୟମିତ ଭାବରେ ଫୋନରେ କଥା ହେଉଥିଲେ । ଏପରିକି କଥା ହେବା ସମୟତରେ ସୌମ୍ୟରଞ୍ଜନ ଧରା ପଡିଥିବା କଥା ମଧ୍ୟ ସେ କହିିଛନ୍ତି । ତେବେ ଏହି ସମୟରେ ବିଦ୍ୟା ଭାରତୀ କହିଥିଲେ ଜ୍ୱାଇଁ ହେଉଛନ୍ତି ତାଙ୍କର ଦେବତା । ଝିଅ ଓ ଜ୍ୱାଇଁଙ୍କ ମଧ୍ୟରେ କୌଣସି ମନମାଳିନ୍ୟ ନଥିଲା । ଯାହା କିଛି ଥିଲା ତାହାର ସମାଧାନ ହୋଇଥିଲା ଏବଂ ଉଭୟ ପରିବାବରେ ସମ୍ପର୍କ ମଧ୍ୟ ଭଲ ଥିବା କଥା ସେ କହିଛନ୍ତି ।   ତେବେ ପୋଲିସ ପକ୍ଷରୁ କୁହାଯାଇଛି ଯେ ମାମଲା ଦାୟର ହେବା ପରେ ତଦନ୍ତ ସଠିକ ଭାବରେ ଚାଲିଛି । ସାଇଣ୍ଟିଫିକ ଟିମ ଅସିଛନ୍ତି ଏବଂ ପୋଲିସ ବିଭିନ୍ନ ଯାଗାକୁ ଯାଇ ତଦନ୍ତ କରିବା ସହିତ କିଛି ଲୋକଙ୍କରଗ୍ଧେଟମେଣ୍ଟ ରେକର୍ଡ ମଧ୍ୟ ହୋଇଛି । କେସର ତଦନ୍ତ ସଠିକ ଭାବରେ ଚାଲିଛି ଏବଂ ତଦନ୍ତ ଶେଷ ପରେ ଏହି ଘଟଣା ଉପରେ କିଛି ମତାମତ ଦିଆଯିବ ବୋଲି ଗଜପତି ଏସପି ତପନ କୁମାର ପଟ୍ଟନାୟକ କହିଛନ୍ତି ।

Leave A Reply

Your email address will not be published.