ଜୀବନ ହାରିଲେ ବିଚାରାଧୀନ କଏଦୀ, କାରଣ ଅସ୍ପଷ୍ଟ

କଟକ: ଜୀବନ ହାରିଲେ ବିଚାରାଧୀନ କଏଦୀ ।  ଚୌଦ୍ବାର ଜେଲ ପରିସରର ଏକ ଆମ୍ବ ଗଛରେ ଗାମୁଛା ଲଗାଇ ଝୁଲି ପଡ଼ିଲେ ବିଚାରାଧୀନ କଏଦୀ । ମୃତ କଏଦ ଜଣକ ହେଲେ କଟକ ଜିଲ୍ଲା ଜରିପଡ଼ା ପଞ୍ଚାୟତ ସାମନ୍ତରାପୁର ଗାଁର ବିଷ୍ଣୁପ୍ରସାଦ ସ୍ବାଇଁ ।  ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିଲେ ବିଷ୍ଣୁ । ସେ ତାଙ୍କ ମା’ଙ୍କ ଦଶାହ କାମ ପାଇଁ ଜେଲରୁ ଘରକୁ ଯାଇଥିଲେ । ଦଶାହ ସାରି ୧୧ତାରିଖରେ ଜେଲକୁ ଫେରିଥିଲେ ।

057 code kasam

ଗତକାଲି ଅପରାହ୍ନ ୪ଟା ସମୟରେ ଜେଲ ପରିସରରେ ଜୀବନ ହାରିଛନ୍ତି । ଏହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପୋଲିସ ତଦନ୍ତ କରୁଛି । SCBରେ ତାଙ୍କର ମୃତଦେହ ବ୍ୟବଚ୍ଛେଦ କରାଯାଉଛି । ଅନ୍ୟପଟେ ଜେଲ୍ ରେ ନିର୍ଯାତନା ଦିଆଯାଉଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

057 code kasam
Leave A Reply

Your email address will not be published.